ବାଜୁଥିଲା ଛି..ଛି ଗୀତ, ରାଗିକି ଏମିତି କହିଥିଲେ ରୋହିତ୍‌…

ବାଜୁଥିଲା ଛି..ଛି ଗୀତ, ରାଗିକି ଏମିତି କହିଥିଲେ ରୋହିତ୍‌…

ମ୍ୟାଚ ସମୟରେ କଟିଗଲା ଲାଇଟ୍ । ଆଉ ଏହି ସମୟରେ ବାଜିଲା ଛି..ଛି ରେ ନନୀ ଛି ଛି ଗୀତ । ଯାହାକୁ ଶୁଣି ହିଟ୍ ମ୍ୟାନଙ୍କ ରାଗ ଆହୁରି ବଢିଯାଇଥିଲା । ଆଉ ରାଗ ତମତମ ହୋଇ ରୋହିତ ଯାହା କହିଥିଲେ ତାହା ଏବେ ଚର୍ଚ୍ଚାରେ ରହିଛି । ହଁ ଆଜ୍ଞା, ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍‌କୁ ନେଇ ଗୋଟିଏ ପରେ ଗୋଟିଏ ରୋଚକ ଖବର ସାମ୍ନାକୁ ଆସୁଛି । କେତେବେଳେ ଫ୍ଲଡ ଲାଇଟ କଟିବାକୁ ନେଇ ଚର୍ଚ୍ଚା ହେଉଛି ତ ଆଉ କେତେବେଳେ ଲାଇଟ କଟିବା ସମୟରେ ଗୀତ ବାଜିଥିବା ଭିଡିଓ ସାମ୍ନାକୁ ଆସୁଛି । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । କାହିଁକି ନା ଦୀର୍ଘ ଦିନ ପରେ ବାରବାଟୀ ଷ୍ଟାଡିୟମରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦିନିକିଆ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ପ୍ରାୟ ୧୮୩୪ ଦିନ ପରେ ବାରବାଟୀକୁ ମ୍ୟାଚ ଆସିଥିଲା । କିନ୍ତୁ ଏହି ମ୍ୟାଚ ସମୟରେ ଅନେକ ଅବ୍ୟବସ୍ଥା ହୋଇଥିବା ପରିଲକ୍ଷିତ ହୋଇଥିଲା । ପ୍ରଥମେ ମ୍ୟାଚ ସମୟରେ ହଠାତ୍ ଫ୍ଲଡ ଲାଇଟ କଟିଯାଇଥିଲା । ପ୍ରାୟ ୨୫ ମିନିଟ ପିଚ୍ ଅନ୍ଧାର ରହିବା ସତ୍ୱେ ଲାଇଟ୍ ଫେରିନଥିଲା । ଆଉ ଏଥିରୁ ଦର୍ଶକଙ୍କ ସହ ଖେଳାଳୀମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଖାସ କରି ଭାରତୀୟ ଖେଳାଳୀମାନେ ବ୍ୟାଟିଂ କରୁଥିବାରୁ ଏହି ସମୟରେ ଏପରି ଲାଇଟ କଟିବାକୁ ସେମାନେ ପସନ୍ଦ କରିନଥିଲେ । ଏବଂ ଦୀର୍ଘ ସମୟ ଧରି ଲାଇଟ ନଜଳିବାରୁ ବିରକ୍ତି ପ୍ରକାଶ କରି ପାଭିଲିୟନ ଫେରିଯାଇଥିଲେ । ଆଉ ଏଥିପାଇଁ ଓସିଏ. ପ୍ରଶାସନ ଏବଂ ସରକାରଙ୍କ ମୁଣ୍ଡ ନଇଁଯାଇଥିବା କୁହାଯାଉଛି ।

କିନ୍ତୁ ଖାଲି ଏତିକିରେ ନୁହେଁ, ଲାଇଟ କଟିଥିବା ବେଳେ ହଠାତ୍ ଛି…ଛିରେ ନନୀ ଗୀତ ବାଜିବାରୁ ଏହା ଖେଳାଳୀଙ୍କ ସହ ସେଠାରେ ବସିଥିବା ଦର୍ଶକଙ୍କୁ ଆହୁରି ବିରକ୍ତ କରିଥିଲା । ଖାସ କରି କ୍ୟାପଟେନ ରୋହିତ ଶର୍ମା ଏହି ଗୀତ ଶୁଣି ବିରକ୍ତିଭାବ ପ୍ରକାଶ କରିଥିବା ଏବଂ ରାଗରେ କିଛି କହିଥିବା ଭିଡିଓ ଏବେ ଭାଇରାଲ ହେଉଛି । ଏବଂ ମ୍ୟାଚ ସମୟରେ ଏହି ଗୀତ କିପରି ଏବଂ କାହିଁକି ବାଜୁଥିଲା ଏବଂ ଏପରି ଗୀତ ବଜାଇବା କେତେ ଦୂର ଠିକ୍ ସେନେଇ ମଧ୍ୟ ପ୍ରଶ୍ନ ଉଠୁଛି ।

ଅନ୍ୟପଟେ ଏତେ ସବୁ ଅବ୍ୟବସ୍ଥା ସତ୍ୱେ ସରକାର ଏଥିପ୍ରତି ସେପରି କିଛି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେଉନଥିବାକୁ ନେଇ ନିନ୍ଦା କରାଯାଉଛି । ଏବଂ ନିଜେ ଉଚ୍ଚସ୍ତରୀୟ ତଦନ୍ତ ନକରି ଓସିଏଙ୍କୁ ସୋ କଜ୍ ନୋଟିସ ଜାରି କରିବାକୁ ସାଧାରଣରେ ଆଦୌ ଗ୍ରହଣ କରାଯାଉନାହିାଁ ଏବଂ ଏହାକୁ ନେଇ ସରକାରଙ୍କ ପାରିବା ପଣିଆକୁ ନେଇ ପ୍ରଶ୍ନ ମଧ୍ୟ ଉଠୁଛି ।

author

Related Articles

Leave a Reply

Your email address will not be published. Required fields are marked *