ବାଟଛାଡିଲେନି ଲୋକେ ଏକାବୁଲିଲେ ମୋହନ

ବାଟଛାଡିଲେନି ଲୋକେ ଏକାବୁଲିଲେ ମୋହନ

ପୁଣିଥରେ ନବୀନଙ୍କ ଗଡରେ ମୋହନଙ୍କ ରଣହୁଙ୍କାର । ହଁ ଆଜ୍ଞା ଗତ ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଥିଲେ l ଦିନ 11.30ରେ ତାରାତାରିଣୀ ମନ୍ଦିର ତଳେ ଅସ୍ଥାୟୀ ହେଲପେଡ୍ ରେ ପହଞ୍ଚିବା ପରେ ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ତାରାତାରିଣୀ ମନ୍ଦିର ରେ ପହଞ୍ଚି ମାଙ୍କ ଦର୍ଶନ କରିଵା ସହ ପୂଜାର୍ଚନା କରିଥିଲେ l ମାଙ୍କ ଦର୍ଶନ ପରେ ହିଲଟପ ରେ ସୌନ୍ଦର୍ଯ୍ୟ ଦର୍ଶନ ସହିତ ମନ୍ଦିର ର ଚାଲିଥିବା ବିଭିର୍ନ୍ନ କାର୍ଯ୍ୟକ୍ରମ ର ନକ୍ସା ଦେଖିଥିଲେ | ଏହାପରେ ଗଣମାଧ୍ୟମ ସାମ୍ନାରେ ନିଜର ପ୍ରତିକ୍ରିୟା ରଖିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ କି ପରମ ସୌଭାଗ୍ୟ ହେଲା ମାଆ ଙ୍କୁ ଦର୍ଶନ କରିଲି ଓ ବିକଶିତ, ସମୃଦ୍ଧ ଓଡିଶା ପାଇଁ ପ୍ରାର୍ଥନା କରିଲି, ଲୋକଙ୍କ ବିକାଶ ହେଉ ବୋଲି ମାଆଙ୍କ ନିକଟରେ ପାର୍ଥନା କରିଛି, ଉର୍ନ୍ନତି ପାଇଁ ବିହିତ ପଦକ୍ଷେପ ଗ୍ରହଣ କରାଯିବ, ଅନୁସାଙ୍ଗିକବ୍ୟବସ୍ତା ପୂରଣ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି l ତେବେ ସେଠାରୁ ଫେରି ଗାଙ୍ଗ ଦହଣି ସରକାରୀ ଉର୍ନ୍ନିତ ଉଚ ବିଦ୍ୟାଳୟ ର ଶତ ବାର୍ଷିକୀ ସମାରୋହ ରେ ପହଞ୍ଚି ଭାଷଣ ମାଧ୍ୟମରେ ମାଆ ତାରା ତାରିଣୀ ପିଠର ଉର୍ନ୍ନତି ପାଇଁ 30କୋଟି ଟଙ୍କା ର ଡିପିଆର ପ୍ରସ୍ତୁତ କରା ଯାଇଛି , ଖୁବ ଶୀଘ୍ର ଟଙ୍କା ପ୍ରଦାନ କରାଯିବ ବୋଲି ଘୋଷଣା କରିଲେ | ମୁଖ୍ୟମନ୍ତ୍ରୀ ଙ୍କ ମନ୍ଦିର ଦର୍ଶନ ସମୟରେ ଜିଲ୍ଲା ର ବହୁ ବିଧାୟକଙ୍କ ସମେତ ଆସିକା ସାଂସଦ ଅନୀତା ସୁଭଦର୍ଶନୀ, ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା, ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ କବିସୂର୍ଯ୍ୟ ନଗର ବିଧାୟକ ପ୍ରତାପ ନାୟକ, ଦିଗପହଣ୍ଡି ବିଧାୟକ ସିଧାନ୍ତ ମହାପାତ୍ର, ଙ୍କ ସହ ବହୁ ବିଧାୟକ ଜିଲ୍ଲା ସଭାପତି ଉପସ୍ଥିତ ରହିଥିଲେ । ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତ କୁ ଦୃଷ୍ଟି ରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା |

author

Related Articles

Leave a Reply

Your email address will not be published. Required fields are marked *