ଦାନାର ତାଣ୍ଡବ ପରେ ଏବେ ବନ୍ୟାରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ । ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ବାଲେଶ୍ୱରରେ ମଧ୍ୟ ବନ୍ୟା ସ୍ଥିତି ଉପୁଜିଛି । ଲଗାଣ ବର୍ଷା କାରଣରୁ ପାଣି ଧୀରେ ଧୀରେ ଅଣାୟତ୍ତ ହେଉଛି । ପାଣିର ପ୍ରଖର ସ୍ରୋତ କାରଣରୁ ବାଲେଶ୍ୱର ଜିଲ୍ଲାର ୧୦ଟି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଥିବା ସୂଚନା ମିଳିଛି । ସେହିପରି ବୁଢାବଳଙ୍ଗ ଓ ସୋନ ନଦୀରେ ପ୍ରବଳ ମାତ୍ରାରେ ବନ୍ୟା ଜଳ ପ୍ରବାହିତ ହେଉଛି। ବନ୍ୟା ପରିସ୍ଥିତି ଯୋଗୁ ନୀଳିଗିରି ଓ ରେମୁଣାର ବେଗୁନିଆ, କାଂଶ, କାଠପୋଲ, କଲ୍ୟାଣପୁର ଆଦି ଗାଁ ବନ୍ୟା ଘେରରେ ରହିଛି ।
ବେଗୁନିଆରୁ ତୋଟାପଡାକୁ ସଂଯୋଗ କରୁଥିବା ରାସ୍ତା ଧୋଇଯିବାରୁ ୧୦ରୁ ଅଧିକ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ସେହିପରି କୁଳଢିଆ ଅଭୟାରଣ୍ୟରେ ବର୍ଷା ଯୋଗୁ ପଞ୍ଚଲିଙ୍ଗେଶ୍ୱର ଶୈବପୀଠ ବୁଡିଯାଇଛି ।