ବାତ୍ୟା ପାଇଁ ଗଜପତିରେ ସ୍କୁଲ ବନ୍ଦ

ବାତ୍ୟା ପାଇଁ ଗଜପତିରେ ସ୍କୁଲ ବନ୍ଦ

ପଶ୍ଚିମ କେନ୍ଦ୍ରୀୟ ଏବଂ ଏହାର ପାର୍ଶ୍ଵବର୍ତ୍ତୀ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଭୀଷଣ ବାତ୍ୟା ‘ମିଗ୍ ଜୋମ, ପ୍ରଭାବରେ ଗଜପତି ଜିଲ୍ଲାରେ ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସାଙ୍ଗକୁ ପବନର ବେଗ ବଢ଼ିବାର ସମ୍ଭାବନା ଅଧିକ ଥିବାରୁ ଆସନ୍ତାକାଲି ଅର୍ଥାତ୍ ୬ ତାରିଖରେ ସମସ୍ତ ଶିକ୍ଷାନୁଷ୍ଠାନ ସମେତ ଅଙ୍ଗନାବାଡ଼ି କେନ୍ଦ୍ରକୁ ବନ୍ଦ ରଖିବା ପାଇଁ ଗଜପତି ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି।

ବର୍ତ୍ତମାନ ମଧ୍ୟ ଗଜପତି ଜିଲ୍ଲାର ମୋହନା, ପାରଳାଖେମୁଣ୍ଡି,ଆର. ଉଦୟଗିରି , ନୂଆଁଗଡ଼, ରାୟଗଡ, ଗୁମ୍ମା , ଗୋଷାଣି, କାଶୀନଗର ଆଦି ବ୍ଳକରେ ଆକାଶ ମେଘୁଆ ରହିବା ସହିତ ଝିପି ଝିପି ବର୍ଷା ଓ ଥଣ୍ଡା ଲାଗିରହିଛି।

author

Related Articles

Leave a Reply

Your email address will not be published. Required fields are marked *