ବାପାଙ୍କ ପାଖେ ହାର ମାନିଲେ ସିଦ୍ଧାର୍ଥ-ମନ୍ମଥ

ବାପାଙ୍କ ପାଖେ ହାର ମାନିଲେ ସିଦ୍ଧାର୍ଥ-ମନ୍ମଥ

ମାଟିରେ ମିଶିଗଲା ସୁର ଭାଇଙ୍କ ସ୍ୱପ୍ନ । ହଁ ଦର୍ଶକବନ୍ଧୁ ମୋର ଦୁଇ ପୁଅ ନିଶ୍ଚିତ ଜିତିବେ ବିଜୟର ଟିକା ପିନ୍ଧିବେ ବୋଲି ଦମ୍ଭୋକ୍ତି ଦେଉଥିବା ସୁର ରାଉତରାୟଙ୍କ ସବୁ ସ୍ୱପ୍ନ ଚୁରମାର ହୋଇଗଲା । ନିଜେ ରାଜନୀତିରୁ ବିରାମ ନେଇ ନିଜର ଦୁଇ ପୁଅଙ୍କୁ ସୁଯୋଗ ଦେଇଥିଲେ । କିନ୍ତୁ ଏବେ ନିର୍ବାଚନ ଫଳାଫଳ ଆସିବା ପରେ ସମସ୍ତ ଚିତ୍ର ସ୍ପଷ୍ଟ ହୋଇଛି । ହାରିଯାଇଛନ୍ତି ସୁର ଭାଇଙ୍କ ଦୁଇ ପୁଅ । ବଡ ପୁଅ ସିଦ୍ଧାର୍ଥ ରାଉତରାୟ କଂଗ୍ରେସ ଟିକେଟରେ ନିମାପଡା ନିର୍ବାଚନ ମଣ୍ଡଳୀରୁ ମଇଦାନକୁ ଓହ୍ଲାଇଥିଲେ କିନ୍ତୁ ତାଙ୍କ ହାତରୁ ବାଜି ଛଡାଇନେଲେ ବିଜେପି ପ୍ରାର୍ଥୀ ପ୍ରଭାତୀ ପରିଡା । ଅନ୍ୟପଟେ ବିଜେଡି ଟିକେଟରେ ଭୁବନେଶ୍ୱର ଲୋକସଭା ନିର୍ବାଚନ ଣ୍ଡଳୀରୁ ପ୍ରାର୍ଥୀ ହୋଇଥିଲେ ସାନ ପୁଅ ମନ୍ମଥ ରାଉତରାୟ ସେ ମଧ୍ୟ ପରାଜୟ ସ୍ୱୀକାର କରିଛନ୍ତି । ନିର୍ବାଚନ ପାଇଁ ବଦନାମ ହେଲେ ଅନେକ କଥା ବି ଶୁଣିଲେ ହଟହଟା ହୋଇ କଂଗ୍ରେସରୁ ବହିଷ୍କୃତ ହେଲେ ତଥାପି ଦୁଇ ପୁଅଙ୍କୁ ଅହରହ ସପୋର୍ଟ କଲେ କିନ୍ତୁ ଶେଷରେ ନିର୍ବାଚନର ଏଭଳି ଫଳାଫଳ ଦେଖି ଭାଙ୍ଗିଗଲା ସୁର ଭାଇଙ୍କମନ । ଦୁଇ ପୁଅ ହାରି ଗଲେ । ଏମିତି କେମିତି ଘଟିଗଲା ଯାହା ସୁର ଭାଇଙ୍କ ସବୁ ଆଶା ଆକାଂକ୍ଷାକୁ ଉଜାଡି ଦେଲା । ରାଜନୀତିରେ ଗୋଟିଏ ଜଣାଶୁଣା ଚେହେରା ସୁର ରାଉତରାୟ । ଲଗାତାର ଭାବେ ଜଟଣୀରୁ ହ୍ୟାଟ୍ରିକ କରିଆସୁଥିଲେ ସୁର । ଆଉ ଚଳିତ ନିର୍ବାଚନରେ ନିଜେ ଓହରି ଯାଇ ନିଜର ଦୁଇ ପୁଅଙ୍କୁ ସୁଯୋଗ ଦେଇଥିଲେ । ବାପାଙ୍କ ମନ ଜିତିପାରିଲେନି ସିଦ୍ଦାର୍ଥ ଓ ମନ୍ମଥ । ନୂଆ କରି ଦୁଇ ପୁଅ ମଇଦାନକୁ ଓହ୍ଲାଇଥିଲେ ତାଙ୍କ ପାଇଁ ବାପା ସୁର ରାଉତରାୟ ମଧ୍ୟ ନିଜେ ଖରାତରାରେ ବୁଲି ଜୋରସୋର ପ୍ରଚାର କରିଥିଲେ କିନ୍ତୁ ଯାହା ଆକଳନ କରିଥିଲେ ତାହା ଭୁଲ ହୋଇଗଲା ।

author

Related Articles

Leave a Reply

Your email address will not be published. Required fields are marked *