ଆଜି ସକାଳୁ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ରାଜଘାଟରେ ପହଞ୍ଚିଥିଲେ ଜି-୨୦ ନେତାମାନେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପସ୍ଥିତ ରହି ସମସ୍ତ ବିଶ୍ୱନେତାଙ୍କୁ ସ୍ୱାଗତ ଜଣାଇଥିଲେ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କଠାରୁ ଆରମ୍ଭ କରି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକ, ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା, ପ୍ରମୁଖ ରାଜଘାଟରେ ପହଞ୍ଚିଥିଲେ । ଏହା ସହ ଡବ୍ଲୁଏଚ୍ଓ ଡିଜି, ଆଇଏମଏଫ୍ ନିର୍ଦ୍ଦେଶିକା, ବିଶ୍ୱବ୍ୟାଙ୍କ ଅଧ୍ୟକ୍ଷ ପ୍ରମୁଖ ମଧ୍ୟ ରାଜଘାଟରେ ପହଞ୍ଚିଥିଲେ । ଏହା ପରେ ସମସ୍ତ ଜି-୨୦ ନେତା ଏକାଠି ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ରାଜଘାଟର ସ୍ୱାଗତ ସ୍ଥଳରେ ସାବରମତୀ ଆଶ୍ରମର ପ୍ରତିକୃତି କରାଯାଇଥିଲା । ଏହିଠାରେ ଛିଡା ହୋଇ ପ୍ରଧାନମନ୍ତ୍ରୀ ଜି-୨୦ ନେତାଙ୍କୁ ସ୍ୱାଗତ କରିବା ସହ ବିଶ୍ୱ ନେତାଙ୍କୁ ସାବରମତୀ ଆଶ୍ରମର ମହତ୍ୱ ବୁଝାଇଥିଲେ ।

You can share this post!
author