ବାବୁସାନଙ୍କ ଦୁଃଖ ଦେଖି ଧାଇଁ ଆସିଲେ ଅନୁଭବ…

ବାବୁସାନଙ୍କ ଦୁଃଖ ଦେଖି ଧାଇଁ ଆସିଲେ ଅନୁଭବ…

ବାବୁସାନଙ୍କ ଦୁଃଖ ସହିପାରିଲେନି ସୁପରଷ୍ଟାର ଅନୁଭବ ମହାନ୍ତି । ଦିଲ୍ଲୀର ମେଦାନ୍ତ ହସ୍ପିଟାଲକୁ ଧାଇଁ ଯାଇ ଦେଖା କଲେ ବାବୁସାନଙ୍କୁ । ଆଉ ପଚାରି ବୁଝିଲେ ଉତ୍ତମ ମହାନ୍ତିଙ୍କ ସ୍ୱାସ୍ଥ୍ୟ ଅବସ୍ଥା । ଏଠାରେ ଆମେ କହି ରଖିବାକୁ ଚାଁହୁଛୁ ଯେ, ଉତ୍ତମ ମହାନ୍ତି ଲିଭରସିରୋସିସ ରୋଗର ପୀଡିତ ହେଇଛନ୍ତି ଆଉ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଦିଲ୍ଲୀସ୍ଥିତ ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଆଉ ତାଙ୍କର ଟ୍ରିଟମେଣ୍ଟ କରୁଛନ୍ତି ଡାକ୍ତର ସ୍ମୃତିରଞ୍ଜନ ମିଶ୍ରଙ୍କ ସହିତ ତାଙ୍କର ଏକ ସ୍ପେଶାଲ ଟିମ । ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯାଇ ଉତ୍ତମଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ । ଏହାପରେ ବିରୋଧୀଦଳ ନେତା ନବୀନ ମଧ୍ୟ ଭିଡିଓ କଲ କରି ବାବୁସାନ ସହିତ କଥା ହୋଇଥିଲେ ଓ ଉତ୍ତମଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଲେ । ବାବୁସାନଙ୍କ କହିବା ଅନୁସାରେ ଉତ୍ତମ ଏବେ ଭେଣ୍ଟିଲେଟରରେ ଅଛନ୍ତି ମାତ୍ର ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଅଛି । ଏହି ସମୟରେ ବାବୁସାନଙ୍କ ଦୁଃଖ ସହିନପାରି ଧାଇଁ ଆସିଛନ୍ତି ଅନୁଭବ ମହାନ୍ତି ଆଉ ବାବୁସାନଙ୍କୁ ସାନ୍ତ୍ଵନା ଦେବାସହିତ ସେ ସବୁବେଳେ ତାଙ୍କ ସହିତ ରହିବେ ବୋଲି କଥା ଦେଇଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *