ବାରବାଟୀରେ ଅରିନ୍ଦମଙ୍କୁ କିଏ ଦେବ ଟକ୍କର ?

ବାରବାଟୀରେ ଅରିନ୍ଦମଙ୍କୁ କିଏ ଦେବ ଟକ୍କର ?

ଏଥର ନିର୍ବାଚନରେ ଉଠିବ ପଡିବ କଟକ ବାରବାଟୀ । ନିର୍ବାଚନ ତାରିଖ ଘୋଷଣା ପରେ ଏବେ ବାଉନ ବଜାର ତେପନ ଗଳି କଟକର ବାରବାଟି ଆସନରେ କିଏ କିଏ ପ୍ରତିଦ୍ୱନ୍ଦିତା କରିବେ ତାକୁ ନେଇ ଆଲୋଚନା ସରଗରମ ରହିଛି । କାରଣ ରାଜ୍ୟ ରାଜନୀତିର ଅନ୍ୟତମ ଚର୍ଚ୍ଚିତ ଆସନ ହେଉଛି ବାରବାଟୀ ଆସନ । ୨୦୧୯ ନିର୍ବାଚନରେ କଂଗ୍ରେସ ଏହି ଆସନ ବିଜେଡି ହାତରୁ ଛଡାଇ ଆଣିଥିଲା । କିନ୍ତୁ ଏଥରର ଦୃଶ୍ୟ ଟିକେ ଅଲଗା ହେବ ବୋଲି କୁହାଯାଉଛି । କାରଣ ଏଥର ବାରବାଟୀରୁ ବିଜେପିରେ ନୂଆ କରି ପାଦ ଥାପିଥିବା ଅଭିନେତା ଅରିନ୍ଦମ ରୟ ପତ୍ରିନ୍ଦ୍ୱନ୍ଦିତା କରିବାର ଯଥେଷ୍ଟ ସମ୍ଭାବନା ରହିଛି । କାରଣ ଅରିନ୍ଦମ ବିଜେଡିରେ ଥିବା ବେଳେ ଏହି ଆସନ ପାଇଁ ଆଶାବାଦୀ ଥିଲେ । ସେ ଆଶା ମଉଳିଯିବାରୁ ଏବେ ସେ ବିଜେପି ଟିକେଟରୁ ମଧ୍ୟ ସମାନ ଆସନ ପାଇଁ ପ୍ରତିଦ୍ୱନ୍ଦିତା କରିବେ ବୋଲି ସବୁଆଡେ ଚର୍ଚ୍ଚା । ତେବେ ବିଜେପିରୁ ଅରିନ୍ଦମ ରୟ ମୈଦାନକୁ ଓହ୍ଲାଉଥିବା ବେଳେ ବିଜେଡିରୁ ନବୀନ କାହାକୁ ଛିଡା କରିବେ ତାହା ଏଯାଏଁ ସ୍ପଷ୍ଟ ହୋଇନି । ତେବେ ଦେଖାଯାଉ ଏଥର ବାରବାଟୀ ଆସନ କାହା ହାତକୁ ଯାଉଛି ଏବଂ କିଏ ବାଜିମାତ୍ କରୁଛି ।

author

Related Articles

Leave a Reply

Your email address will not be published. Required fields are marked *