ପୁଣି ମୋହନ ସରକାରରେ ସାମ୍ନାକୁ ଆସିଲା ବିକଳ ଚିତ୍ର । କ୍ରିକେଟ ଟିକେଟ ପାଇଁ ଅଣାୟତ ଲୋକେ । ରାସ୍ତାରେ ବସିଲେ ବୃଦ୍ଧଙ୍କ ଠାରୁ ଯେ ମହିଳାଙ୍କ ପର୍ଯ୍ୟନ୍ତ । ହଁ ଦର୍ଶକବନ୍ଧୁ ଆସନ୍ତା 9 ତାରିଖରେ ହେବ ଭାରତ ଇଂଲଣ୍ଡ ମଧ୍ୟରେ ଥିବା ତିନିଟିକିଆ ଏକ ଦିବସୀୟ ସିରିଜର ଦ୍ୱିତୀୟ ମ୍ୟାଚ । ମ୍ୟାଚ ଦେଖିବା ପାଇଁ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ବଢିବା ସହିତ ଏବେ ଟିକେଟ କିଣିବା ପାଇଁ କସରତ ଚାଲିଛି । ଟିକିଏ ଭଲ କରି ନଜର ପକାନ୍ତୁ ଏହି ଭିଡିଓଟି ଉପରେ ଯୁବକଙ୍କ ଠାରୁ ଆରମ୍ଭ କରି ମହିଳା ଓ ବୃଦ୍ଧମାନେ ଟିକେଟ କରିବା ପାଇଁ ଲାଇନ ଲମ୍ୱାଇଛନ୍ତି । ଅଳ୍ପ ଟିକେଟ ଅନାଲାଇନରେ ବିକ୍ରି ହେବା ପରେ ବର୍ତ୍ତମାନ ଅଫଲାଇନରେ ଟିକେଟ କରିବା ପାଇଁ ବାରବାଟୀ ଷ୍ଟାଡିୟମ ବାହାରେ ଲୋକଙ୍କ ଭିଡ ଦେଖିବାକୁ ମିଳିଛି । ଭିଡ ଏତେ ବଢିଯାଇଛି ଯେ ଯାହା ପୋଲିସ ପ୍ରଶାସନ ଓ ସରକାରଙ୍କ ନିୟନ୍ତ୍ରଣ ବାହାରେ ରହିଛି ।
ଶହ ଶହ ଟିକେଟ ଆଶାୟୀ ନୟାନ୍ତ ହୋଇଛନ୍ତି । ଲାଇନରେ ହଜାର ହଜାର ଲୋକ ଠିଆ ହୋଇଛନ୍ତି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ରାତି 2ଟାରୁ ଲାଇନ ଲଗାଇଥିଲେ ମଧ୍ୟ ଏବେ ପର୍ଯ୍ୟନ୍ତ ଟିକେ ମିଳିପାରୁନାହିଁ । ଟିକେଟ ବିକ୍ରୀ ନାଁରେ ଫାର୍ସ ଚାଲିଛି । କଳାବଜାରୀ ଟିକେଟ ହାତେଇଥିବା ଆଶଙ୍କା କରାଯାଉଛି । ଟିକେଟ ପାଇବା ପାଇଁ ଠେଲାପେଲା ହେଉଛି ଏବଂ ଭିଡ ନିୟନ୍ତ୍ରଣ କରିବାରେ ପୋଲିସ ମଧ୍ୟ ବିଫଳ ହେଉଚି । ତେବେ ବାରବାଟୀ ଷ୍ଟାଡିୟମରେ ଟିକେଟକୁ ନେଇ ମହିଳା ମାନେ ମଧ୍ୟ ଧାଡିରେ ଠିଆ ହୋଇଛନ୍ତି ଯାହାକୁ ନେଇ ମୋହନ ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ମୁଖପାତ୍ର ଜୟଶ୍ରୀ ନନ୍ଦ
ଅନ୍ୟପଟେ ଅସମ୍ଭାଳ ଭିଡ ପାଇଁ ବିଭିନ୍ନ ମହଲରେ ଅସନ୍ତୋଷର ବାର୍ତ୍ତା ସାମ୍ନାକୁ ଆସୁଛି । ତେବେ ଭିଡକୁ ନିୟନ୍ତ୍ରଣ କରିବାରେ ପୋଲିସ ଅସଫଳ ହୋଇଥିବା ବେଳେ କଟକ ଡିସିପି ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ଚେଷ୍ଟା କରିଥିଲେ ।