ବାଲାଂଦେଶରେ ହିନ୍ଦୁ ଦେବାଦେବୀ ମନ୍ଦିର ଭଙ୍ଗା ରୁଜା, ଦେବାଦେବୀ ଙ୍କୁ ପୋଡାଜଳା କରିବା, ହିନ୍ଦୁ ମହିଳା ମାନଙ୍କୁ ଅତ୍ୟାଚାର କରିବା, ହିନ୍ଦୁ ମାନଙ୍କୁ ହତ୍ଯା କରିବା ସହିତ ଘରଦ୍ବାର ଭଙ୍ଗାରୁଜା କରିବା ପ୍ରତିବାଦରେ ଆଜି ଆନନ୍ଦପୁର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରୁ ହିନ୍ଦୁ ସମାଜର ଶତାଧିକ କର୍ମୀ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ପରେ ଆନନ୍ଦପୁର ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଆନନ୍ଦପୁର ଉପଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ପ୍ରତିବାଦ ସଭାରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ତାକଂର ଭାଷଣରେ ବଙ୍ଗଳାଦେଶ ରେ ହିନ୍ଦୁ ମାନଙ୍କ ଉପରେ ହେଇଥିବା ଆକ୍ରମଣ, ହତ୍ୟା, ମା ଭଉଣୀ ମାନଙ୍କୁ ଅତ୍ୟାଚାର ଓ ମନ୍ଦିର ଭଙ୍ଗା ରୁଜା ର ନିନ୍ଦା କରିବା ସହିତ ମୌଳିକ ବାଦୀ ମାନେ କାର୍ଯ୍ୟକଲାପ ବଂଦ ନକଲେ ଏହାର ଜବାବ ହିନ୍ଦୁ ସମାଜ ଦେବ ବୋଲି ଶ୍ରୀ ସାହୁ ପ୍ରକାଶ କରିଥିଲେ । ଏହି ପ୍ରତିବାଦ ସଭାରେ ଓ ଶୋଭାଯାତ୍ରା ରେ ଘସିପୁରା ବିଜେପି ବିଧାୟକ ପ୍ରାର୍ଥୀ ଶ୍ରୀ ଶମ୍ଭୁନାଥ ରାଉତ, ଆନନ୍ଦପୁର ପୌରପରିଷଦ ଉପାଧ୍ୟାକ୍ଷ ଶ୍ରୀ ଦୁର୍ଗା ଚରଣ ଦଲେଇ, ବିଶୂ ହିନ୍ଦୁ ପରିଷଦ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଫେସର ପଞ୍ଚାନନ ରାଉତ,ତ୍ରିଲୋଚନ ଦାଶ, ଶ୍ରୀମତୀ ସୁମତୀ ଯେନା, ଦେବରଞ୍ଜନ ସାହୁ, ଟୁକୁନ ହୋତା, ପ୍ରଶାନ୍ତ କୁମାର ମହାପାତ୍ର, ରଂଜନ କୁମାର ଯୋନା, ଆସିସ୍ କୁମାର ବେହେରା, ନାରାୟଣ ବାରିକ, ନରେନ୍ଦ୍ର କୁମାର ପଣ୍ଡା, ବାଇଧର ସାହୁ, ପରିଆ ସାହୁ, ନୃସିଂହ ଚରଣ ରାମ, ରାଜାପ୍ରଭୃ ଦାସ, ବିଜୟ କୁମାର ମିଶ୍ର,ଅକ୍ଷୟ କୁମାର ସାମଲ, ପ୍ରମୁଖଙ୍କ ସମେତ ଶତାଧିକ କାର୍ଯ୍ୟକତା ଯୋଗଦାନ କରିଥିଲେ।
