ବାଲିଯାତ୍ରା ଉଦଘାଟନ କରିବେ ମୋହନ

ବାଲିଯାତ୍ରା ଉଦଘାଟନ କରିବେ ମୋହନ

ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱପ୍ରସିଦ୍ଧ ତଥା ଐତିହାସିକ ବାଲିଯାତ୍ରା ଆରମ୍ଭ ହେଉଛି । ଆସନ୍ତା 22 ତାରିଖ ଯାଏଁ ଏହି ପ୍ରସିଦ୍ଧ ବାଲିଯାତ୍ରା ଅନୁଷ୍ଠିତ ହେବ । ବାଲିଯାତ୍ରା ପାଇଁ ଚଳଚଞ୍ଚଳ କଟକ ଜିଲ୍ଲା । ବାଲିଯାତ୍ରା ଦେଖିବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।

୧୫ଟି ଦେଶର ବିଦେଶ ପ୍ରତିନିଧି ବାଲିଯାତ୍ରା ଦେଖିବା ପାଇଁ ଆସିବେ । ଆଜି ସନ୍ଧ୍ୟା ୫.୩୦ ରେ ଏହାକୁ ଆନୁଷ୍ଠାନିକ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝି । ପ୍ରଥମ ସନ୍ଧ୍ୟାରେ ଅକ୍ଷୟ ମହାନ୍ତି ସାଂସ୍କୃତିକ ମଞ୍ଚରେ ବଲିଉଡ ଗାୟକ ଅନୁପ ଜଲୋଟା, ଓଲିଉଡ ଗାୟକ ପଙ୍କଜ ଜାଲ ଓ ଅସୀମା ପଣ୍ଡା ତାନସେନ ସିଂ ଯୋଗ ଦେବେ । ଉପର ଓ ତଳ ପଡିଆରେ 2500ରୁ ଅଧିକ ଷ୍ଟଲ ପଡିଛି । ଏହାର ପ୍ରସ୍ତୁତିକୁ ବୁଲି ଦେଖିଛନ୍ତି ମେୟର ଜିଲ୍ଲାପାଳ ।

author

Related Articles

Leave a Reply

Your email address will not be published. Required fields are marked *