ବାଲି ଖୋଳି ଲୋକେ ପିଉଛନ୍ତି ପାଣି

ବାଲି ଖୋଳି ଲୋକେ ପିଉଛନ୍ତି ପାଣି

ରାଜ୍ୟ ସରକାର ଘରକୁ ଘର ପିଇବା ପାଣି ପହଞ୍ଚାଇବା ପାଇଁ ଯୋଜନା ଉପରେ ଯୋଜନା ପ୍ରସ୍ତୁତ କରି ଚାଲିଛନ୍ତି |କିନ୍ତୁ ଏତେ ଯୋଜନା ପରେ ମଧ୍ୟ ପାନୀୟ ଜଳ ସମସ୍ୟା ଦୂର ହେଉନାହିଁ ।ବିଶେଷ କରି ଖରା ଦିନରେ ଶୁଦ୍ଧ ପାନୀୟ ଜଳ ମିଳୁନଥିବା ବେଳେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବାତୋ ଗ୍ରାମର କୁମ୍ଭାର ସାହି, ଦେହୁରୀ ସାହି ଓ ଜେନା ସାହିର ପ୍ରାୟ ପାଞ୍ଚ ଶହରୁ ଉର୍ଦ୍ଧ ପରିବାର।

ରାଜ୍ୟ ସରକାରଙ୍କ ନିୟମ ଅନୁଯାୟୀ ବିପିଏଲ ତାଲିକା ରେ ଅନ୍ତର୍ଭୁକ୍ତ ଥିବା ପରିବାରଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ପ୍ରତି ପଂଚାୟତରେ ବସୁଧା ଯୋଜନାର ଉଚ୍ଚ ପାଣି ଟାଙ୍କୀ ନିର୍ମାଣ କରାଯାଇ ଯୋଗାଇ ଦିଆଯିବାକୁ ନିଷ୍ପତ୍ତି ନିଆଯାଇ ଥିବା ବେଳେ ବାତୋ ରେ ଏହାର ସମ୍ପୂର୍ଣ୍ଣ ଅଲଗା ଚିତ୍ର ଦେଖିବାକୁ ମିଳିଛି। ପମ୍ପ ହାଉସ ଦାୟିତ୍ଵ ରେ ଥିବା ବ୍ୟକ୍ତି ଏବଂ ସରପଞ୍ଚ ଙ୍କ ଜ୍ଞାନ୍ତ ରେ କିଛି ମୁଷ୍ଟିମେୟ ଲୋକ ମନ ଇଚ୍ଛା ପାଇପ୍ କାଟି ମଟର ସାହାଯ୍ୟର ପାଣି ଚୋରି କରି ନେଇଯାଉଥିବାରୁ ଉକ୍ତ ସାହି ରେ ପାଣି ପହଞ୍ଚି ପାରୁ ନାହିଁ। ଫଳରେ ଉକ୍ତ ସାହିର ମହିଳା ମାନେ ପମ୍ପ ହାଉସ ରେ ତାଲା ପକାଇ ପ୍ରତିବାଦ କରିଥିଲେ। ପରେ ଆନନ୍ଦପୁର ଉପ ଜିଲ୍ଲାପାଳ ଏବଂ ବିଡ଼ିଓ ଙ୍କୁ ଲିଖିତ ମଧ୍ଯ ଦେଇଥିଲେ। କୌଣସି ସମାଧାନ ନହେବାରୁ ୧୯ତାରିଖ ଦୀନ ଶତାଧିକ ମହିଳା ଏକତ୍ରିତ ହୋଇ ପଦଯାତ୍ରା ରେ ଯାଇ ବ୍ଲକ୍ ଘେରାଉ କରିଥିଲେ। ଏହି ଘଟଣା ରେ ଘଷିପୁରା ବିଡ଼ିଓ ଵିନିତା ବିଜୟିନୀ ଖୁବ ଜଲଦି ସମସ୍ୟା ସମାଧାନ କରିବା ସହ ଟ୍ୟାଙ୍କର ଯୋଗେ ଗ୍ରାମରେ ଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ।

ହେଲେ ଅଦ୍ୟାବଧି ୧୦ ଦିନ ଅତିକ୍ଳାନ୍ତ ହୋଇ ସାରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଫଳରେ ଗ୍ରାମର ମହିଳା ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବା ସହ ଗରା, ବାଲ୍ଟି, ଡେକିଚି ଓ ବୋତଲ ସାହାଯ୍ୟ ରେ କୁସେଇ ଓ ବୈତରଣୀ ନଦୀରୁ ଚୁଆ ପାଣି ସଂଗ୍ରହ କରି ବ୍ୟବହାର କରୁଥିବାରୁ ବିଭିନ୍ନ ସମୟରେ ଝାଡ଼ା ବାନ୍ତି, ଓ ଚର୍ମ ରୋଗରେ ଆକ୍ରାନ୍ତ ହେଉଛନ୍ତି। ସମସ୍ୟା ସମାଧାନ ନ ହେଲେ ମହିଳା ମାନେ ଜିଲ୍ଲାପାଳ ଅଫିସ୍ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି।

author

Related Articles

Leave a Reply

Your email address will not be published. Required fields are marked *