ବାଲି ଗଲା କୁଆଡେ ? ପ୍ରଦୀପଙ୍କୁ ସିଧା ପ୍ରଶ୍ନ କଲେ ଲୋକେ

ବାଲି ଗଲା କୁଆଡେ ? ପ୍ରଦୀପଙ୍କୁ ସିଧା ପ୍ରଶ୍ନ କଲେ ଲୋକେ

ପଦାକୁ ଆସିଲା ବ୍ରହ୍ମପୁର ବିଜେପିର ଅସଲ ରୂପ । ବାଲି ଚୋରାଚାଲାଣକୁ ନେଇ ସିଧା ସାଂସଦଙ୍କୁ ପ୍ରଶ୍ନ କଲେ ସାଧାରଣ ଲୋକେ । ହଁ ଆଜ୍ଞା, ବିଭିନ୍ନ ସ୍ଥାନରେ ବାଲି ଚୋରାଚାଲାଣ ହେଉଥିବା ଖବର ସାମ୍ନାକୁ ଆସୁଛି । କେଉଁଠି ରାତି ଅଧରେ ବିଜେପି ଶାସିତ ଅଞ୍ଚଳରେ ଜେସିପି ସାହାଯ୍ୟରେ ବାଲି ଚୋରାଚାଲଣ ହେଉଥିବା ଭିଡିଓ ଭାଇରାଲ ହେଉଛି ତ ଆଉ କେଉଁଠି ଖୋଦ ବିଜେପି ନେତା ତଥା ବିଧାୟକ ବାଲି ମାଫିଆଙ୍କୁ ବଟି ମାଗୁଥିବା ଅଡିଓ ଭାଇରାଲ ହୋଇଛି । ଆଉ ଏବେ ଗତ ନିର୍ବାଚନରେ ବିଜେପି ସରକାର ଗଢିଥିବା ଗଡରେ ବି ବାଲି ଚୋରାଚାଲାଣ ହେଉଥିବା ଅଭିଯୋଗ ଆସିଛି । ଏପରିକି ସିଧା ସଳଖ ନଦୀରୁ ବାଲି କୁଆଡେ ଗଲା ବୋଲି ସାଂସଦ ଏବଂ ବିଧାୟକଙ୍କୁ ପ୍ରଶ୍ନ କରିଛନ୍ତି ଅଞ୍ଚଳବାସୀ ।

ତେବେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ ସାଧାରଣ ଲୋକଙ୍କ ଅସନ୍ତୋଷର ଶିକାର ହୋଇଛନ୍ତି । ଚିକିଟିର ଜଣେ ଚାଷୀ ସମସ୍ତଙ୍କ ଉପସ୍ଥିତିରେ ସାଂସଦ ଏବଂ ବିଧାୟକଙ୍କୁ ସମିତି ମିଟିଂରେ ବାଲି ଚୋରୀ ଏବଂ ଚାଷୀଙ୍କ ସମସ୍ୟା କାହିଁକି ଉଠାଇଲେନି ସେ ସମ୍ପର୍କରେ ପ୍ରଶ୍ନ କରୁଥିବା ଭିଡିଓ ଏବେ ଭାଇରାଲ ହୋଇଛି । ନଦୀରୁ କିପରି ବାଲି କମି କମି ଯାଉଛି ସେ ସମ୍ପର୍କରେ ପ୍ରଶ୍ନ କରିବା ସହ ଚାଷୀଙ୍କ ପାଇଁ କଣ କରୁଛନ୍ତି ବୋଲି ଓଲଟା ପ୍ରଶ୍ନ କରିଥିବା ଦେଖିବାକୁ ମିଳିଛିା ଆଉ ଏହାକୁ ନେଇ ପ୍ରଦୀପଙ୍କ ଗଡରେ ବି ସାଧାରଣ ଲୋକେ ଅସନ୍ତୋଷର ଶିକାର ହେଉଥିବା ଏବଂ ହୀନସ୍ତା ହେଉଥିବା ଆଶଙ୍କା କରାଯାଉଛି ।

ତେବେ ବିଜେପି ସରକାରକୁ ଆସିବା ପରଠାରୁ ବିଭିନ୍ନ କ୍ଷେତ୍ରରେ ଅବ୍ୟବସ୍ଥା ସହ ଚାଷୀମାନେ ନାହିଁ ନଥିବା ହଇରାଣ ହେଉଛନ୍ତି । କେଉଁଠି ଚାଷୀଙ୍କୁ ଦିଆଯାଇଥିବା ପ୍ରତିଶୃତି ପାଳନ ହେଉନି ତ ଆଉ କେଉଁଠି ଚାଷୀଙ୍କ ସମସ୍ୟାର ସମାଧାନ ହେଉନି । ଏପରିକି ଧାନ ମଣ୍ଡିରେ ଏବେ ବି ଅବ୍ୟବସ୍ଥା ଥିବା ଏବଂ ଧାନ ଉଠୁନଥିବା ଅଭିଯୋଗ ଆସୁଛି । କିନ୍ତୁ ବିଜେପି ନେତାମାନେ ବିଜେପି ସରକାରରେ ଚାଷୀଙ୍କ ବିକାଶ ଦ୍ରୁତ ଗତିରେ ହେଉଥିବା ନେଇ ବୟାନ ଦେଇଚାଲିଛନ୍ତି । କିନ୍ତୁ ବାସ୍ତବରେ ଏସବୁର ଓଲଟା ଚିତ୍ର ସାମ୍ନାକୁ ଆସୁଛି ।

author

Related Articles

Leave a Reply

Your email address will not be published. Required fields are marked *