ବାଲେଶ୍ୱର ପାଇଁ ନେତାଙ୍କ ବ୍ଲୁ ପ୍ରିଣ୍ଟ !

ବାଲେଶ୍ୱର ପାଇଁ ନେତାଙ୍କ ବ୍ଲୁ ପ୍ରିଣ୍ଟ !

24 ନିର୍ବାଚନ ପାଇଁ ଚହଳ ପଡିଲାଣି ଓଡିଶା ରାଜନୀତି ।  ଯୁଦ୍ଧ ପାଇଁ ନେତାମାନେ ବ୍ଲୁ ପ୍ରିଣ୍ଟ ରେଡି କଲେଣି । କେଉଁ ଆସନରୁ କିଏ ପ୍ରାର୍ଥୀ ହେବ ତାହା ସମସ୍ତଙ୍କର ଦ୍ୱନ୍ଦ । ଓଡିଶା ରାଜନୀତିର ଗୁରୁତ୍ୱପୂର୍ଣ୍ଣ ବାଲେଶ୍ୱର ଲୋକସଭା ଆସନ । ବର୍ତ୍ତମାନ ବାଲେଶ୍ୱରର ସାଂସଦ ଅଛନ୍ତି ବିଜେପିର ଚର୍ଚ୍ଚିତ ଚେହେରା ପ୍ରତାପ ଷଡଙ୍ଗୀ । ତେବେ ଆଗାମୀ ନିର୍ବାଚନରେ ବାଲେଶ୍ୱର ସଂସଦୀୟ କ୍ଷେତ୍ରରୁ ଦଳ ତାଙ୍କୁ ପ୍ରାର୍ଥୀ କରିବ କି ନାହିଁ ତାହା ସ୍ପଷ୍ଟ ହୋଇ ନାହିଁ ।

ଅନ୍ୟପଟେ 2019ରେ ବିଜେଡିରୁ ପ୍ରାର୍ଥୀ ଥିବା ରବୀନ୍ଦ୍ର ଜେନା ପୁଣିଥରେ ଆସନ୍ତା ନିର୍ବାଚନରେ ବିଜେଡିରୁ ପ୍ରାର୍ଥୀ ହେବାର ସମ୍ଭାବନା ରହିଛି । ବିଜେଡି ଓ ବିଜେପି ଦୁହିଁଙ୍କ ରଣନୀତି ଭିତରେ 2019ରେ ବାଲେଶ୍ୱର ଲୋକସଭାରୁ କଂଗ୍ରେସ ପ୍ରାର୍ଥୀ ହୋଇ ନବଜ୍ୟୋତି ପଟ୍ଟନାୟକ ମଧ୍ୟ କିଛି କମ୍ ଭୋଟ ପାଇନଥିଲେ । ଆସନ୍ତା ନିର୍ବାଚନରେ ଲଢିବା ପାଇଁ ମଧ୍ୟ ସେ ଆଶା ରଖିଛନ୍ତି । ତେବେ ଏତେ ସାରା ଦ୍ୱନ୍ଦ ଭିତରେ କଣ ହେବ ବାଲେଶ୍ୱର ଲୋକସଭା ଆସନର ରାଜନୈତିକ ଗତିବିଧି ତାହା ଦେଖିବାକୁ ବାକି ରହିଲା ।

author

Related Articles

Leave a Reply

Your email address will not be published. Required fields are marked *