ବାଳିକାକୁ ଦଳିଦେଲା ମୋ ବସ୍…

ବାଳିକାକୁ ଦଳିଦେଲା ମୋ ବସ୍…

ରାଜଧାନୀର ରାସ୍ତା ଉପରେ ଏମିତି ଏକ ହୃଦୟ ବିଦାରକ ଦୃଶ୍ୟ ଘଟିଛି, ତାକୁ ଯିଏ ଦେଖୁଛି ତା ଆଖିରୁ ଲୁହ ଝରି ଯାଉଛି । ସକାଳୁ ସାଇକେଲ ନେଇ ନନ୍ଦନକାନନ ଛକକୁ ଆସିଥିଲା କୁନିଝିଅ । ହେଲେ ରାକ୍ଷସ ଭଳି ମାଡି ଆସିଲା ମୋ ବସ ଆଉ ଚଢ଼ିଗଲା କୁନି ଝିଅ ଉପରେ । ଏବେ ପଡିଛି ସାଇକେଲ ଆଉ ତାକୁ ଦେଖି କାନ୍ଦୁଛନ୍ତି କୁନିଝିଅର ପରିବାର । ଏଭଳି ଦୃଶ୍ୟ ଦେଖି କେହି ନିଜକୁ ସମ୍ଭାଳି ପାରୁନାହାନ୍ତି । ଦୁର୍ଘଟଣା ପରେ ନନ୍ଦନକାନନ ଥାନାରେ ଆତ୍ମସମର୍ପଣ କରିଛନ୍ତି ମୋ ବସ ଡ୍ରାଇଭର । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିଛି । ଆଉ ଉତ୍ୟକ୍ତ ଲୋକ ମାନେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ଏବଂ ମୋ ବସ ଉପରକୁ ଟେକା ଫିଙ୍ଗିଛନ୍ତି ।

ଅନ୍ୟପଟେ ଏବେ ରାଜଧାନୀରେ ବଢିଚାଲିଛି “ମୋ ବସ” ମାନଙ୍କ ଦ୍ଵରାତ୍ମ୍ୟ । କିଛି ଦିନ ମଧ୍ୟରେ ମୋ ବସ ଘଟେଇଲାଣି ଅନେକ ଦୁର୍ଘଟଣା ଆଉ ନେଲଣି ଅନେକ ଜୀବନ ।
ଏବେ ଦେଖିବାକୁ ବାକି ରହିଲା ସରକାର ଏ ବେପରୁଆ ମୋ ବସ ଡ୍ରାଇଭରଙ୍କୁ ଆୟତ୍ତ କରିବାକୁ କଣ ପଦକ୍ଷେପ ନେଉଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *