ବାହାନଗାରେ ପହଁଚିଲେ ସିବିଆଇ ଟିମ୍

ବାହାନଗାରେ ପହଁଚିଲେ ସିବିଆଇ ଟିମ୍

ବାହାନଗା: ବାହାନଗାରେ ପହଁଚିଲେ ସିବିଆଇ ଟିମ୍। ସୂଚନାଅନୁଯାୟୀ, ଟ୍ରେନ୍ ଦୁର୍ଘଟଣା ସ୍ଥଳରେ ଅନୁଧ୍ୟାନ କରୁଛନ୍ତି ତଦନ୍ତକାରୀ ଟିମ୍ । ସିବିଆଇର ସ୍ବତନ୍ତ୍ର ଟିମ୍ ଘଟଣା ସ୍ଥଳରେ ତଦନ୍ତ କରୁଛନ୍ତି । କେମିତି ଓ କେଉଁ ପରିସ୍ଥିତିରେ ଘଟିଲା ଏଭଳି ଦୁର୍ଘଟଣା । ଦୁର୍ଘଟଣା ପଛରେ ଅପରାଧିକ ଷଡ଼ଯନ୍ତ୍ର ରହିଛି କି ? ଏଭଳି ଅନେକ ପ୍ରଶ୍ନର ତଦନ୍ତ କରୁଛନ୍ତି ସିବିଆଇ ଟିମ୍ । ଏହାସହ ଗୃହ ମନ୍ତ୍ରାଳୟର ଏକ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି । ଗତକାଲି ଗ୍ରାଉଣ୍ଡ ଜିରୋରେ ରେଲଓ୍ବେ ସେଫ୍ଟି କମିଶନର ପ୍ରାଥମିକ ତଦନ୍ତ କରିଥିଲେ। ବାହାନଗା ଟ୍ରେନ ଦୁର୍ଘଟଣାସ୍ଥଳରେ ରେଲଓ୍ବେ ସେଫ୍ଟି କମିଶନର ଶୈଳେଶ ପାଠକ ଅନୁଧ୍ୟାନ କରିଥିଲେ।

ସୂଚାନୁଯାୟୀ , ଗତ ୨ ତାରିଖ ରାତିରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା | ମାଲବାହୀ ଟ୍ରେନକୁ ଧକ୍କା ଦେଇଥିଲା କରମଣ୍ଡଳ ଏକ୍ସପ୍ରେସ | ଏହା ଏକ ତ୍ରିମୁଖୀ-ରେଳ ଦୁର୍ଘଟଣା ଥିଲା। ପ୍ରଥମେ ବାହାନଗାଠାରେ ବେଙ୍ଗାଳୁରୁରୁ ହାୱଡା ଯାଉଥିବା ଯଶୋବନ୍ତପୁର ସୁପରଫାଷ୍ଟ ଟ୍ରେନର ୨ଟି ବଗି ଓଲଟିଥିଲା। ତାର କିଛି କ୍ଷଣ ପରେ ହାୱଡାରୁ ଚେନ୍ନାଇ ଯାଉଥିବା କରମଣ୍ଡଳ ଏକ୍ସପ୍ରେସ ସେହି ବଗିରେ ବାଡେଇ ହୋଇ ପାଖ ଟ୍ରାକରେ ଠିଆ ହୋଇଥିବା କୋଇଲା ବୋଝେଇ ମାଲଗାଡି ଉପରେ ଚଢିଯାଇଥିଲା। ଏଥିରେ ଡ୍ରାଇଭରଙ୍କ କୌଣସି ଦୋଷ ନାହିଁ। କେତେ ସମୟ ବ୍ୟବଧାନରେ ଏ ସବୁ ହେଲା, ସିଗ୍ନାଲିଂ ପ୍ରୋବ୍ଲେମ ଥିଲା କି ନାହିଁ ତଦନ୍ତରୁ ଜଣାପଡ଼ିବ ।

ସେପଟେ, ଦୁର୍ଘଟଣାର ମୂଳ କାରଣ ଜଣାପଡ଼ିଥିବା କହିଛନ୍ତି ରେଳ ମନ୍ତ୍ରୀ | ଇଲେକ୍ଟ୍ରୋନିକ୍ ଇଣ୍ଟରଲକିଂ ସିଷ୍ଟମ ତ୍ରୁଟି ଯୋଗୁଁ ଏଭଳି ଦୁର୍ଘଟଣା ଘଟିଛି | ସେ ଏହା ମଧ୍ୟ କହିଛନ୍ତି ଯେ , ଦୁର୍ଘଟଣା ପାଇଁ ଦାୟୀ ବ୍ୟକ୍ତି ମଧ୍ୟ ଚିହ୍ନଟ ହୋଇଛନ୍ତି |
ତେବେ ଏହି ଭୟଙ୍କର ଦୁର୍ଘଟଣା କେଉଁ କାରଣରୁ ଘଟିଲା ଛବିତଦନ୍ତ ପରେ ତାହା ସ୍ପଟ ଜଣାପଡିବା ବୋଲି କୁହାଯାଉଛି | ଏବେ CBI ତଦନ୍ତ ଉପରେ ସାରା ବିଶ୍ୱବାସୀଙ୍କ ନଜର |

author

Related Articles

Leave a Reply

Your email address will not be published. Required fields are marked *