
ବାହାନଗା ରେଳ ଦୁର୍ଘଟଣା ନେଇଯାଇଥିଲା ଅନେକ ଜୀବନ । ଏହି ରେଳ ଦୁର୍ଘଟଣା ଶତାଦ୍ଦୀର ଚୀରସ୍ମରଣୀୟ ହୋଇରହିବ । ଏହି ଦୁର୍ଘଟଣା ଲୋକ ନିଜର ପରବାର ପରିଜନଙ୍କୁ ହରାଇଥିଲେ । ସେହି ସବୁ ମୃତକଙ୍କୁ ଚିହ୍ନଟ ପ୍ରକ୍ରିୟା ହେବା ପରେ ବି ୨୮ଜଣ ଅପରିଚିତ ମୃତକଙ୍କୁ ଚିହ୍ନିଟ ହୋଇପାରିନଥିଲା । ତେବେ ସେହି ୨୮ ଅପରିଚିତ ମୃତକଙ୍କୁ ସଂସ୍କାର କରିଛି ବିଏମସି । ଭରତପୁର ଶ୍ମଶାନରେ ହୋଇଛି ଏହି ଦାହ ସଂସ୍କାର । ବିଏମସ ଅଧିକାରୀଙ୍କ ଉପସ୍ଥିତିରେ ଏହି ୨୮ ଅପରିଚିତଙ୍କୁ ସଂସ୍କାର କରାଯାଇଛି ।