ବାହାରିଲେ ବିରୋଧି ଦଳ ନେତା….15 ମନ୍ତ୍ରୀଙ୍କୁ ସାମ୍ନା କରିବେ ଏକା ନବୀନ !

ବାହାରିଲେ ବିରୋଧି ଦଳ ନେତା….15 ମନ୍ତ୍ରୀଙ୍କୁ ସାମ୍ନା କରିବେ ଏକା ନବୀନ !

ପ୍ରଥମେ ଚାରି ଜିଲ୍ଲା ବୁଲିଲେ ଆଗକୁ 30 ଜିଲ୍ଲା ବୁଲିବେ । ସାଧାରଣ ଜନତାଙ୍କ ସମସ୍ୟା ବୁଝିବେ ସରକାରଙ୍କୁ ଟାର୍ଗେଟ କରିବେ । ନୂଆ ବର୍ଷରୁ ଆରମ୍ଭ ହୋଇଗଲା ବିଜେଡି ସୁପ୍ରିମୋଙ୍କ ନୂଆ ରଣନୀତି । ହଁ ଆଜ୍ଞା ଶେଷ ହୋଇଯାଇଛି 2024 ବର୍ଷ । ଯେଉଁ ବର୍ଷରେ ବିଜୁ ଜନତା ଦଳକୁ ଏକ ବଡ ବିପର୍ଯ୍ୟୟର ସାମ୍ନା କରିବାକୁ ପଡିଥିଲା । କିନ୍ତୁ ସେସବୁକୁ ଭୁଲି ପୁଣିଥରେ ଜନତାଙ୍କ ସହ ସିଧାସଳଖ ଯୋଡି ହେବାକୁ ଯାଉଛନ୍ତି ବିଜଡେି ମୁଖିଆ ନବୀନ ପଟ୍ଟନାୟକ ।

ଅଦିନିଆ ବର୍ଷାରେ ଉଜୁଡି ଯାଇଥିବା ଫସଲ ଦେଖିବା ସହ ଚାଷୀଙ୍କ ସୁଖ ଦୁଃଖରେ ସାମିଲ ହେବାକୁ ପ୍ରତି ନିର୍ବାଚନ ମଣ୍ଡଳୀ ଯିବେ ନବୀନ । ବିରୋଧି ଦଳ ନେତା ନବୀନ ପଟ୍ଟନାୟକ ଲୋକଙ୍କ ପାଖକୁ ଯାଉଛନ୍ତି ଏବଂ ଲୋକେ ମଧ୍ୟ ତାଙ୍କର ଦୁଃଖ ଜଣାଉଛନ୍ତି । ଆଉ ଲୋକଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଛନ୍ତି ତାହା ନବୀନ ବୁଝିବେ ବୋଲି ମଧ୍ୟ କହିଛନ୍ତି । ସରକାରରୁ ହଟିବା ପରେ ନବୀନଙ୍କ ଏହି ସକ୍ରିୟତାକୁ ନେଇ ସବୁଠି ଚର୍ଚ୍ଚା ।

24ବର୍ଷ ପରେ ବିରୋଧି ଦଳ ନେତାଙ୍କ ଏପରି ଗସ୍ତକୁ ନେଇ କଟାକ୍ଷ କରୁଛି ବିଜେପି । ଯଦି ପୂର୍ବରୁ ନବୀନ ଏପରି କରିଥାନ୍ତେ ତେବେ ବିଜେଡିକୁ ଏତେବଡ ବିପର୍ଯ୍ୟୟର ସାମ୍ନା କରିବାକୁ ପଡିନଥାନ୍ତା ବୋଲି କହିଛି ଭାରତୀୟ ଜନତା ପାର୍ଟି । କିନ୍ତୁ ଶାସକ ଦଳକୁ କଡା ଜବାବ ଦେଇ ନିଜର ରଣନୀତି ଅଭିମୁଖେ ଆଗେଇ ଚାଲିଛନ୍ତି ବିରୋଧି ଦଳ ନେତା ନବୀନ ପଟ୍ଟନାୟକ । କେବଳ 30 ଜିଲ୍ଲା ଗସ୍ତ ନୁହେଁ ବରଂ ପୋଲାଭରମ ଆନ୍ଦୋଳନ ଓ ଦରଦାମ ବୃଦ୍ଧିକୁ ନେଇ ଗଣବିକ୍ଷୋଭର ଡକରା ଦେଇଛି ବିଜୁ ଜନତା ଦଳ ।

ବିଜେପି ସରକାରକୁ ଘେରିବା ପାଇଁ ବିରୋଧି ଭାବେ ବିଜୁ ଜନତା ଦଳ ଉଗ୍ର ରୂପ ଧାରଣ କରୁଛି । ରାଜ୍ୟର ବିଭିନ୍ନ ସମସ୍ୟାକୁ ନେଇ ଆଗାମୀ ଦିନରେ ଆନ୍ଦୋଳନ କରିବାକୁ ଯାଉଛି ବିଜେଡି । ସେପଟେ ଅଦିନିଆ ବର୍ଷାରେ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଯାଇଛି ଯାହାର ସମୀକ୍ଷା ପାଇଁ ବିରୋଧି ଦଳ ନେତା ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଜିଲ୍ଲା ଗସ୍ତକୁ ନେଇ ତେଜିଛି ରାଜନୈତିକ ବୟାନ-ବାଜି ।

author

Related Articles

Leave a Reply

Your email address will not be published. Required fields are marked *