ବାହାରେ ପୋଲିସ ଛାଉଣୀଭିତରେ ବନ୍ଦ ହେଲା ଭୋଟ

ବାହାରେ ପୋଲିସ ଛାଉଣୀଭିତରେ ବନ୍ଦ ହେଲା ଭୋଟ

ବିଜେଡ଼ି ସମର୍ଥକ ଅଧିକ ଥିବାରୁ ଅନାସ୍ଥା ଭୋଟ ସ୍ଥଗିତ . ହାରିଯିବା ଭୟରେ ନାଟକ ରଚିଲେ ସ୍ୱାଧୀନ ବିଧାୟକ ! ନିର୍ବାଚନ ଅଧିକାରୀଙ୍କୁ ଛୁଟିରେ ରହିବାକୁ ଚାପ !ନିଶ୍ଚିନ୍ତକୋଇଲି ପଂଚାୟତ ସମିତି ଅଧକ୍ଷାଙ୍କ ବିରୋଧରେ ଆଗତ ହୋଇଥିବା ଅନାସ୍ଥା ପ୍ରସ୍ତାବ ନିମନ୍ତେ ବ୍ଲକ ସଭାଗୃହରେ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହେବା ପାଇଁ ଦିନ ଧାର୍ଯ୍ୟ ହୋଇଥିଲା . ହେଲେ ସମିତିର ୫ଜଣ ସଭ୍ୟସଭ୍ୟାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଏବଂ ଏହି ବୈଠକରେ ସଭାପତିତ୍ୱ ତଥା ପରିଚାଳନା ଓ ନିୟନ୍ତ୍ରଣ ଦାୟିତ୍ୱରେ ଥିବା ଅତିରିକ୍ତ ଉପଜିଲ୍ଲାପାଳ ଦେବାଶିଷ ମହାପାତ୍ରଙ୍କ ସ୍ୱାସ୍ଥ୍ୟଗତ କାରଣରୁ ଛୁଟି ମଂଜୁରୀ ଯୋଗୁଁ ହଠାତ ଏହାକୁ ଅନିର୍ଦ୍ଦିଷ୍ଠ କାଳ ପାଇଁ ସ୍ଥଗିତ ରଖାଯାଇଥିଲା . ପୂର୍ବ ପ୍ରସ୍ତୁତି ଅନୁଯାୟୀ ଅନାସ୍ଥା ଭୋଟକୁ ଶୃଙ୍ଖଳିତ କରିବା ନିମନ୍ତେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବ୍ୟାରିକେଟ ହେବା ସହ ପୋଲିସ ଛାଉଣୀହୋଇ କଡା ନିରାପତା କରାଯାଇଥିଲେ ମଧ୍ୟପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ କୋଣସି ଜନପ୍ରତିନିଧି କିମ୍ବା ଉଭୟ ସପକ୍ଷବାଦୀମାନେ ଉପସ୍ଥିତ ହୋଇନଥିଲେ . ଅନାସ୍ଥା ବୈଠକ ଓ ଭୋଟ ସ୍ଥଗିତ ହେବା ସର୍ମ୍ପକରେ କଟକ ସଦର ଉପଜିଲ୍ଲାପାଳ୮୬ ଜଣ ଜନପ୍ରତିନିଧିଙ୍କୁ ପତ୍ର ଦ୍ୱାରା ଅବଗତ କରାଯାଇଥିଲା . ପରବର୍ତୀ କେଉଁ ସମୟରେ ଏହି ଅନାସ୍ଥା ଭୋଟ କରାଯିବ ସେନେଇ କୋଣସି ଦିନ ଧାର୍ଯ୍ୟ ହୋଇନାହାଁନ୍ତି .


ଏହି ବ୍ଲକରେ ଥିବା ୪୧ଗୋଟି ପଂଚାୟତର ୮୨ ଜଣ ସରପଂଚ ସମିତିସଭ୍ୟ ଙ୍କ ସମତେ ଦୁଇ ଜଣ ସାଂସଦ ଓ ଦୁଇ ବିଧାୟକ ଭୋଟ୮୬ ଜଣ ଅଂଶଗ୍ରହଣ କରିଥାନ୍ତେ . ଅଧକ୍ଷାଙ୍କ ଅନାସ୍ଥାକୁ କାଏମ ରଖିବାକୁ ହେଲେ ମ୍ୟାଜିକ ନମ୍ବର ୫୮ ଆବଶ୍ୟକ ଥିବାବେଳେ ଅନାସ୍ଥା ସପକ୍ଷବାଦୀଙ୍କୁ ପରିଚାଳନା କରୁଥିବା ମାହାଙ୍ଗର ସ୍ୱାଧୀନ ବିଧାୟକ ଶାରଦା ପ୍ରଧାନଙ୍କ ସମର୍ଥନରେ ମାତ୍ର ୩୧ ଜଣ ପ୍ରତିନିଧି ରହିଥିଲେ . ଏଭଳି ସ୍ଥିତିରେ ଅନାସ୍ଥା ଭୋଟରେ ସ୍ୱାଧୀନ ବିଧାୟକଙ୍କ ସମର୍ଥକମାନେ ନିଶ୍ଚିତ ପରାଜୟ ବରଣ କରିବା ଦେଖି ପ୍ରଶାସନ ସହାୟତାରେ ନିର୍ବାଚନ ଅଧିକାରୀଙ୍‌କୁ ଛୁଟିରେ ରହିବା ପାଇଁ ଚାପ ପକାଇଥିବା ବେଳେ ନିଜେ ୫ଜଣ ଜଣ ଜନପ୍ରତିନିଧି ଅସୁସ୍ଥତା ଦର୍ଶାଇ ଅନାସ୍ଥା ଭୋଟ ବନ୍ଦ କରିବାରେ ସକ୍ଷମ ହୋଇଥିଲେ . ଅଧକ୍ଷାଙ୍କ ବିରୁଧରେ ଅନାସ୍ଥା ପାଇଁ ଅନୁଷ୍ଠିତ ହେବାକୁ ଥିବା ବୈଠକ ଓ ଭୋଟର ତାଣିଖ ଧାର୍ଯ୍ୟ ହେବାପରେ ଏହାକୁ ସ୍ଥଗିତ ରଖିବା ଘଟଣା ପଂଚାୟତ ଆଇନକୁ ଉଲଂଘନ କରିଥିବା ଦଅଭିଯୋଗ ହୋଇଛି . ବ୍ଲକ ଅକ୍ଷକ୍ଷାଙ୍କ ଅନାସ୍ଥା ଘଟଣାରେ ମାହାଙ୍ଗା ପୂର୍ବତନ ବିଧାୟକ ତଥା ରାଜ୍ୟ ବିଜେଡ଼ିର ଉପସଭାପତି ପ୍ରତାପ ଜେନାଙ୍କ ରାଜନୈତିକ ଗୋଡି ଚାଳନାରେ ମହାଙ୍ଗାର ବର୍ତମାନର ସ୍ୱାଧୀନ ବିଧାୟକ ଶାରଦା ପ୍ରଧାନ ବେହାଲ ହୋଇପଡ଼ିଛନ୍ତି ଚର୍ଚ୍ଚା ହେଉଛି .

author

Related Articles

Leave a Reply

Your email address will not be published. Required fields are marked *