ବିଏମସି ଅଫିସ ଘେରିଲେ ସଫେଇ କର୍ମଚାରୀ…

ବିଏମସି ଅଫିସ ଘେରିଲେ ସଫେଇ କର୍ମଚାରୀ…

ବିଏମସି ଅଫିସ ଘେରିଲେ ସଫେଇ କର୍ମଚାରୀ । ସହଦେବଙ୍କୁ ନ୍ୟାୟ ଦାବିରେ ବିଏମସି ଅଫିସ ଘେରାଉ । ୩ ଦଫା ଦାବି ନେଇ ଧାରଣାରେ ଶତାଧିକ ସଫେଇ କର୍ମଚାରୀ । ବୁଧବାର ସକାଳେ ରାଜଧାନୀର ଛାତି ଉପରେ ଘଟିଥିବା ବୀଭତ୍ସ ହତ୍ୟା ଏବେ ସାରା ରାଜ୍ୟରେ ଚହଳ ପକାଇଛି । ଦୁଇ ଦିନ ହେଲାଣି ଭୁବନେଶ୍ୱରରେ ବୁଲିନି ଝାଡୁ ଓ ଉଠିନି ଅଳିଆ । ସଫେଇ ସଙ୍ଘର ସମ୍ପାଦକଙ୍କୁ ହତ୍ୟା କରାଯିବା ଘଟଣାକୁ କେନ୍ଦ୍ର କରି ସଫେଇ କର୍ମଚାରୀ ଝାଡୁ ଧରିବା ଛାଡିଦେଇଛନ୍ତି । ଏବଂ ଏହି ଘଟଣାକୁ ବିରୋଧ କରି ସଫେଇ କର୍ମଚାରୀମାନେ ଏବେ ଧାରଣାରେ ବସିଛନ୍ତି । ହତ୍ୟା ଅଭିଯୁକ୍ତଙ୍କୁ ଫାଶୀଦଣ୍ଡ ଦାବିରେ ସଫେଇ କର୍ମୀ ଅଟଳ ରହିଛନ୍ତି।

author

Related Articles

Leave a Reply

Your email address will not be published. Required fields are marked *