ବିକାଶ ନା ବିନାଶ କରୁଛନ୍ତି ନବୀନ ବାବୁ !

ବିକାଶ ନା ବିନାଶ କରୁଛନ୍ତି ନବୀନ ବାବୁ !

ଓଡିଶାରେ ଷଷ୍ଠ ଥର ପାଇଁ ଶାସନ କରିବା ଲକ୍ଷ୍ୟରେ ବିଜୁ ଜନତା ଦଳ । ହଁ ଦର୍ଶକବନ୍ଧୁ ବିଜେଡିର ଦୁଇଟି ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ହୋଇସାରିଛି । ଦଳର ବରିଷ୍ଠ ନେତା ମାନଙ୍କୁ ଟିକେଟ ମିଳୁଛି । ତାହା ସହିତ ଟିକେଟ ରେସରେ ଥିବା ଦଳର ଦାଗୀ ନେତାମାନଙ୍କୁ ପ୍ରଥମେ ଟିକେଟ ଦିଆଯାଉଛି ଏହାପରେ ଭଲ ଭଲ ନେତାଙ୍କ ପାଳି ପଡୁଛି । ବିଜେଡିର ବଡ ବଡୁଆ ଦୁର୍ଷ୍କମ ଓ ହତ୍ୟା ମାମଲାରେ ସାମିଲ ରହି ମଧ୍ୟ ତାଙ୍କୁ ଆଗୁଆ ଟିକେଟ ମିଳୁଛି । କିନ୍ତୁ ପଛରେ ପଡି ଯାଉଛନ୍ତି ଦଳର ଭଲ ନେତାମାନେ । ହଁ ଦର୍ଶକବନ୍ଧୁ ବିଜେଡିର ବିଧାନସଭା ପ୍ରାର୍ଥୀ ତାଲିକାରେ ଦୁଇ କେଳେଙ୍କାରୀ ନେତା ।

ଜଣେ ହେଲେ ପରୀ ହତ୍ୟା ମାମଲାର ମୁଖ୍ୟ ଷଡଯନ୍ତ୍ରକାରୀ ବୋଲାଉଥିବା ଅରୁଣ ସାହୁ ଓ ଅନ୍ୟଜଣେ ମମିତା ମେହେର କେସରେ ସାମିଲ ଥିବା କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର । ନୟାଗଡରୁ ଅରୁଣ ସାହୁ ଓ ଜୁନାଗଡରୁ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କୁ ଟିକେଟ ମିଳିଛି । ଏହି ଦୁଇ ଜଣ ହେଉଛନ୍ତି ସେହି ଦାଗୀ ନେତା ଯେ କି ବଡ ବଡ ହତ୍ୟା ଷଡଯନ୍ତ୍ରରେ ସାମିଲ । ତେବେ ପ୍ରଶ୍ନ ଉଠୁଛି ଯେ କାହିଁକି ଏହି ନେତାମାନଙ୍କୁ ବିଜେଡି ନିଜ ଦଳରେ ପ୍ରଶୟ ଦେଉଛି ଏବଂ ତା ସାଙ୍ଗକୁ ଆଗୁଆ ଟିକେଟ ଦେଉଛି । ଦଳ ଏହି ଦାଗି ନେତା ମାନଙ୍କୁ ଆଉ ଭୟ କରୁନି ତ । ଏଭଳି ଅନେକ ପ୍ରଶ୍ନ କରୁଛନ୍ତି ବିରୋଧି । ନୟାଗଡ ବିଧାନସଭାରୁ ପୁଣିଥରେ ଲଢିବେ ଅରୁଣ ସାହୁ । ସେହି ଅଞ୍ଚଳରେ ତାଙ୍କର ଦବଦବା ରହିଥିଲେ ମଧ୍ୟ ପରୀ ହତ୍ୟାକାଣ୍ଡକୁ ନେଇ ସେ ଏବେ ବି ଚର୍ଚ୍ଚାରେ । ପରୀ ହତ୍ୟାକୁ ନେଇ କମ୍ପିଥିଲା ସାରା ଓଡିଶା ହେଲେ ନବୀନ ବାବୁଙ୍କ ଛତ୍ରଛାୟା ତଳେ ମୁଣ୍ଡ ଗୁଞ୍ଜିଥିଲେ ବିଧାୟକ । ତେବେ କାହିଁକି ଏହି ନେତା ମାନଙ୍କୁ ଟିକେଟ ଦେଉଛି ବିଜେଡି ସତରେ ଓଡିଶାର ବିକାଶ ଚାହୁଁଛି ନା ଆଉ କିଛି ।

author

Related Articles

Leave a Reply

Your email address will not be published. Required fields are marked *