ବିଜୁଙ୍କୁ ଅପମାନ ପ୍ରତିଶୋଧ ନେବେ ନବୀନ ଚିନ୍ତାରେ ମୋହନ

ବିଜୁଙ୍କୁ ଅପମାନ ପ୍ରତିଶୋଧ ନେବେ ନବୀନ ଚିନ୍ତାରେ ମୋହନ
  • ଉଠିଲା ପଡିଲା ବିଧାନସଭା,ରାଜଭବନ ଘେରିଲା ବିଜେଡି
  • ବିଧାନସଭାରେ ମୋହନଙ୍କୁ କଡା ସମାଲୋଚନା କଲେ ନବୀନ
  • ବିଜେପି ସରକାରକୁ ୱାର୍ଣ୍ଣିଂ ଦେଲେ ବିଜେଡି ବିଧାୟକ
  • ବିଜୁଙ୍କୁ ଅପମାନ କେବେ ନିଜ ଭୁଲ ବୁଝିବେ ମୋହନ

ହଁ ଆଜ୍ଞା ବିଜୁ ଜୟନ୍ତୀକୁ ପଞ୍ଚାୟତ ରାଜ ଦିବସ ରୂପେ ପାଳନ ନ କରିବା ଏବେ ମହଙ୍ଗା ପଡିଛି । ଗତକାଲି ବିଧାନସଭାରେ ବିଜୁ ଝଡର ସାମ୍ନା କରିଥିଲା ଶାସକ ଦଳ । ବିଜେଡିର ବିଧାୟକମାନେ ବିଧାନସଭା ସମ୍ମୁଖକୁ ଆସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପ୍ରଶ୍ନ କଲେ ନବୀନ ଉତ୍ତର ଦେଇପାରିଲେ ନାହିଁ ମୋହନ । ପଞ୍ଚାୟତରାଜ ଦିବସକୁ କାହିଁକି ବିଜୁ ଜୟନ୍ତୀରୁ ବାତିଲ କରାଗଲା । ଓଡିଶାର ଗର୍ବ ଗୌରବ ହେଉଛନ୍ତି ଭୂମିପୁତ୍ର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ । ତ୍ରିସ୍ତରୀୟ ପଞ୍ଚାୟତରାଜର ସଷ୍ଟ୍ରା । ଯାହାଙ୍କ ଜନ୍ମଦିବସକୁ ଦୀର୍ଘ ତିନି ଦଶନ୍ଧି ଧରି ପଞ୍ଚାୟତରାଜ ଦିବସ ରୂପେ ପାଳନ ହୋଇଆସୁଥିଲା ସେହି ନିୟମକୁ ଏବେ ପରିବର୍ତ୍ତନ କରିଛନ୍ତି ବର୍ତ୍ତମାନର ସରକାର । ଯାହାପରେ ତେଜିଛି ରାଜନୀତି । ଏଭଳି ଜନନାୟକଙ୍କୁ ବିଜେପି ସରକାରର ଅପମାନ ପରେ ହୁଲସ୍ତୁଲ ହେଉଛି ବିଧାନସଭାରୁ ରାଜଭବନ ପର୍ଯ୍ୟନ୍ତ । ବିଧାନସଭାରେ ବିରୋଧିଙ୍କ ହୋହଲ୍ଲା ଦେଖିବାକୁ ମିଳିଛି । ନିଷ୍ପତ୍ତିକୁ ବଦଳାଇବା ପାଇଁ ମୋହନ ସରକାରଙ୍କୁ ବିଜେଡି ୱାର୍ଣ୍ଣିଂ ଦେଇଛି । ଗତକାଲି ବିଧାନସଭାରୁ ଯାଇ ସିଧାସଳଖ ରାଜଭବନରେ ପଶିଥିଲେ ବିଜେଡିର ବିଧାୟକଗଣ ।

ସେପଟେ ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ଆରମ୍ଭ ହେବା ମାତ୍ରେ ବିଧାନସଭାରେ ଦେଖାଦେଇଥିଲା ବିଜୁ ଝଡ । ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିବା ସହ ମୋହନଙ୍କୁ ଘେରିଛନ୍ତି । କାହିଁକି ବିଜୁ ବାବୁଙ୍କ ଜୟନ୍ତୀଙ୍କୁ ରାଜ୍ୟସ୍ତରୀୟ ପଞ୍ଚାୟତରାଜ ଦିବସ ରୂପେ ପାଳନ କରାଗଲା ନାହିଁ ସେ ନେଇ ପ୍ରଶ୍ନ କରିଥିଲେ । ଏହି ଘଟଣାକୁ ତିନି ରୁ ଚାରି ଦିନ ବିତିଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ସରକାର ତାଙ୍କ ନିଷ୍ପତ୍ତିରେ କୌଣସି ପରିବର୍ତ୍ତନ ଆଣୁନାହାନ୍ତି । ଅପରପକ୍ଷେ ବିଜେଡିର ଆନ୍ଦୋଳନ ତ୍ରୀବତର ହେବାରେ ଲାଗିଛି । ସରକାର ତୁରନ୍ତ ଏହି ନିୟମରେ ପରିବର୍ତ୍ତନ ଆଣନ୍ତୁ ବୋଲି ଦାବି କରିଛି ବିଜେଡି । ସେପଟେ ବିଧାନସଭାର ଦ୍ୱିତୀୟ ବଜେଟ ଅଧିବେଶନରେ ବିଧାନସଭାରେ ପହଞ୍ଚିଥିଲେ ବିରୋଧି ଦଳ ନେତା ନବୀନ ପଟ୍ଟନାୟକ । ଧୀରେ ଧୀରେ ବିଜେଡିର ବିକ୍ଷୋଭ ତେଜିବାରେ ଲାଗିଛି କିନ୍ତୁ ସରକାର ସବୁ ଜାଣି ଶୁଣି ବି ଚୁପ ବସିଛନ୍ତି ସେପଟେ ବିଧାନସଭାରେ ହୋହହଲ୍ଲା ପାଇଁ ଆସନ୍ତା ସୋମବାର ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଛନ୍ତି । ତେବେ ଦେଖିବାକୁ ଅପେକ୍ଷା ନବୀନଙ୍କ ଏହି ବିକ୍ଷୋଭର କି ଜବାବ ଦେଉଛନ୍ତି ମୋହନ ସରକାର ।

author

Related Articles

Leave a Reply

Your email address will not be published. Required fields are marked *