ବିଜୁଙ୍କ ମୂର୍ତ୍ତି ଜାଳିଥିଲେ ମୋହନ..

ବିଜୁଙ୍କ ମୂର୍ତ୍ତି ଜାଳିଥିଲେ ମୋହନ..

ଜାତୀୟ ସ୍ତରରେ ଚମକିଲେ ପୁଣି ଲୋକପ୍ରିୟତା ସାଉଁଟିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବିଦେଶରୁ ଆସିଲା ନିମନ୍ତ୍ରଣ ଋଷ ଯିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ହଁ ଦର୍ଶକବନ୍ଧୁ ଋଷ ଦେଶରୁ ନବୀନ ନିବାସରେ ପହଞ୍ଚିଲା ନିମନ୍ତ୍ରଣ । ବାପାଙ୍କ ପୁରସ୍କାର ପାଇବେ ପୁଅ । ପ୍ରବାଦ ପୁରୁଷ ତଥା ଓଡିଶାର ବରପୁତ୍ର ବିଜୁ ପଟ୍ଟନାୟକଙ୍କୁ ସମ୍ମାନ ଦେବ ଋଷ । 1941 ରୁ 1945 ମଧ୍ୟରେ ଅନୁଷ୍ଠିତ ହୋଇଥିବା ଦିତ୍ୱୀୟ ବିଶ୍ୱଯୁଦ୍ଧରେ ସୋଭିଏତ ୟୁନିୟନକୁ ସହାୟତା କରିଥିଲେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ । ନାଜି ହିଟଲର ବିରୋଧରେ ବିଜୟର 80 ବର୍ଷ ପୂର୍ତ୍ତି ଅବସରରେ ସମ୍ମାନୀତ ହେବେ ବିଜୁ ବାବୁ । ଆସନ୍ତା ମେ 9 ତାରିଖରେ ଦ୍ୱିତୀୟ ବିଶ୍ୱଯୁଦ୍ଧର ବିଜୟକୁ 80 ବର୍ଷ ପୂର୍ଣ୍ଣ ହେଉଛି । 7 ତାରିଖ ସକାଳେ ଆୟୋଜିତ ଏହି ଉତ୍ସବରେ ଯୋଗଦେବା ପାଇଁ ବିଜୁ ବାବୁଙ୍କ ସୁପୁତ୍ର ନବୀନ ପଟ୍ଟନାୟକଙ୍କୁ ଋଷ ତରଫରୁ ନିମନ୍ତ୍ରଣ କରାଯାଇଛି । ଏହି ଉତ୍ସବରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ସମ୍ମାନୀତ ଅତିଥି ଭାବେ ଯୋଗଦେବେ ।

ତେବେ ରାଜ୍ୟବାସୀ ସିନା ଜଣେ ନୂଆ ମୁଖ୍ୟମନ୍ତ୍ରୀ ପାଇଛନ୍ତି ହେଲେ ଏବେବି ନବୀନଙ୍କ କ୍ରେଜ ରାଜ୍ୟ ନୁହେଁ ସାରା ବିଶ୍ୱରେ ରହିଛି । ଯାହା ନବୀନ ନିବାସକୁ ଆସିଥିବା ଏହି ନିମନ୍ତ୍ରଣରୁ ସ୍ପଷ୍ଟ ହୋଇଛି । 2024 ନିର୍ବାଚରେ ବିଜେଡିକୁ ହରାଇ ଭାରତୀୟ ଜନତା ପାର୍ଟି ସରକାର ଗଢିଲା କିନ୍ତୁ ରାଜ୍ୟରେ ବିଜେପି ସରକାର ଆସିବା ପରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଗାରିମା କ୍ଷୁର୍ଣ୍ଣ କରାଇବା ପାଇଁ ଚକ୍ରାନ୍ତ ଚାଲିଛି । ପ୍ରଥମେ ବିଜୁ କ୍ରୀଡା ସମ୍ମାନ ଯୋଜନାର ନାମ ବଦଳାଇବା ଓ ଏହାପରେ ଦୀର୍ଘ ଦୁଇ ଦଶନ୍ଧି ଧରି ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀକୁ ପଞ୍ଚାୟତରାଜ ଦିବସ ରୂପେ ପାଳନ ହୋଇଆସୁଥିବାକୁ ବନ୍ଦ କରିବା ରାଜ୍ୟରେ ବିଜୁ ବାବୁଙ୍କ ପ୍ରତି ଅସମ୍ମାନ ଅଟେ । ଖାଲି ସେତିକି ନୁହେଁ ରାଜ୍ୟର କେତେକ ଅଞ୍ଚଳରେ କିଛି କୁଚକ୍ରୀଙ୍କ ଦ୍ୱାରା ବିଜୁ ବାବୁଙ୍କ ମୂର୍ତ୍ତି ଭଙ୍ଗାଯିବା ଓ ଜାଳିଦିଆଯିବା ଘଟଣାକୁ ସାରା ରାଜ୍ୟ ନିନ୍ଦା କରୁଛି ।

ଆଉ ଏହାରି ଭିତରେ ଋଷ ଦେଶ ବିଜୁ ବାବୁଙ୍କୁ ସମ୍ମାନିତ କରିବା ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରାଯାଇଛି । ସାରା ବିଶ୍ୱରେ ବିଜୁ ବାବୁଙ୍କ ଗାରିମା ଏବେ ବି ରହିଛି ବୋଲି ଏଥିରୁ ସ୍ପଷ୍ଟ ପ୍ରମାଣିତ ହୋଇଛି ।

author

Related Articles

Leave a Reply

Your email address will not be published. Required fields are marked *