
ଗତ କିଛି ଦିନ ହେବ ଓଡିଶାରେ ବର୍ଷାର ବିପାତ ଦେଖିବାକୁ ମିଳିଛି । ମାତ୍ରାଧିକ ବର୍ଷା ହେବା କାରଣରୁ ଲୋକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଉଛନ୍ତି । ବର୍ଷା ହେବା ସହ ଆକାଶରୁ ଯେପର ମୃତ୍ୟୁ ଖସୁଛି । ମୃତ୍ୟୁର ତାଣ୍ଡବ କରୁଛି ବିଜୁଳି ଓ ଘଡଘଡି । ସାରା ଦିନ ଡହଡହ ଖରା ହେବା ପରେ ।ପରାହ୍ନରେ ଆଚାନକ ବର୍ଷା ସାଙ୍ଗକୁ ଘଡଘଡି ଲୋକଙ୍କୁ ବ୍ୟତିବ୍ୟସ୍ତ କରୁଛି । ଗତ ଶନିବାର ଦିନ ସର୍ବାଧିକ ୬୧୦୦୦ ଥର ବଜ୍ରପାତ ହୋଇଥିଲା ଯେଉଁଥିରେ ୧୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୪ ଜଣ ଆହତ ହୋଇଥିଲେ। ପାଣିପାଗ ବିଭାଗ ଅନୁଯାୟୀ ଭୁବନେଶ୍ୱରରେ ସର୍ବାଧିକ ବଜ୍ରପାତ ହୋଇଥିବା ସୂଚନା ମିଳିଛି। ଏଥିସହ ସେପ୍ଟେମ୍ବର ୭ ପର୍ୟ୍ୟନ୍ତ ରାଜ୍ୟରେ ଖରାପ ପାଗ ପାଇଁ ଏକ ସତର୍କ ସୂଚନା ଜାରି କରାଯାଇଛି। ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନାକୁ ନେଇ ପାଣିପାଗ ବିଭାଗ ହଳଦିଆ ସତର୍କ ସୂଚନା ଜାରି କରିଛି। ଏଥି ସହିତ ଚଳିତ ସପ୍ତାହ ଶେଷ ସୁଦ୍ଧା ପ୍ରବଳ ବର୍ଷା ହେବାର ସମ୍ଭାବନା ପ୍ରକାଶ ପାଇଛି। ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ଯୋଗୁଁ ଓଡିଶାରେ ପ୍ରବଳ ବର୍ଷା ହୋଇପାରେ।