
ବିଜେଡ଼ିରେ ଯୋଗଦେଲେ ଭିକେ ପାଣ୍ଡିଆନ୍। ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି ୫ ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍। ଏ ନେଇ ନବୀନ ନିବାସରେ ବରିଷ୍ଠ ନେତାଙ୍କ ଭିଡ଼ ଜମିଛି। ନବୀନ ନିବାସରେ ପ୍ରଣବ ପ୍ରକାଶ ଦାସ, ପ୍ରଣବ ବଳବନ୍ତରାୟ, ମନ୍ତ୍ରୀ ପ୍ରତାପ ଦେବ, ସ୍ନେହାଙ୍ଗିନୀ ଛୁରିଆ, ବାସନ୍ତୀ ହେମ୍ମ୍ରମ, ସଞ୍ଜୟ ଦାସବର୍ମା, ରଣେନ୍ଦ୍ର ପ୍ରତାପ ସ୍ବାଇଁ , ପ୍ରସନ୍ନ ଆଚାର୍ଯ୍ୟ, ସମୀର ଦାସ , ଅଶୋକ ପଣ୍ଡା, ଅରୁଣ ସାହୁ ଓ ଉଷା ଦେବୀ ପ୍ରମୁଖ ଉପସ୍ଥିତ ରହିଛନ୍ତି। ରାଜ୍ୟର ପାଖାପାଖି ସବୁ ଜିଲ୍ଲା ବୁଲି ଲୋକଙ୍କର ଦାବୀ ଓ ସମସ୍ୟା ଶୁଣିଥିଲେ ପାଣ୍ଡିଆନ୍ । ଲୋକଙ୍କର ଅଭାବ ଅସୁବିଧା ବାବଦରେ ଅନେକ ଦସ୍ତାବିଜ୍ ମଧ୍ୟ ଗ୍ରହଣ କରିଥିଲେ । ତେବେ ବିଜେଡିରେ ସକ୍ରିୟ ରାଜନୀତି ସହ ପାଣ୍ଡିଆନଙ୍କ ଯୋଗଦାନ ଦଳକୁ ଅଧିକ ଶକ୍ତିଶାଳୀ କରିବ ବୋଲି ଆଲୋଚନା ହେଉଛି ।