ବିଜେଡ଼ି ବିଧାୟକଙ୍କୁ ୪୫ଲକ୍ଷଟଙ୍କା ଦେଇଛନ୍ତି ମୋହନ !

ବିଜେଡ଼ି ବିଧାୟକଙ୍କୁ ୪୫ଲକ୍ଷଟଙ୍କା ଦେଇଛନ୍ତି ମୋହନ !

ବିଜେଡ଼ି ବିଧାୟକଙ୍କୁ ୪୫ଲକ୍ଷ ଟଙ୍କା ଦେଇଛନ୍ତି ମୋହନ ସରକାର . କିଛି ଦିନର ବିରତି ପରେ ପୁଣି ଲୋକଙ୍କ ଆଗରେ ଏମିତି କହିଲେ ମୁଖ୍ୟମନ୍ତ୍ରୀ . କହିଲେ ବିଜେଡ଼ିରେ
ଥିଲା ଇଚ୍ଛାର ଅଭାବ . ତେବେ ଅକ୍ଷୟ ତୃତୀୟା ଅବସରରରେ ରାଜଧାନୀରେ ଓୟୁଏଟି ଫାର୍ମରେ ଅଖିମୁଠି ଅନୁକୂଳ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ . ପବିତ୍ର ଅକ୍ଷୟ ତୃତୀୟା ଉପଲକ୍ଷେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ହାର୍ଦ୍ଦୀକ ଶୁଭେଛା ଓ ଅଭିନନ୍ଦନ ଜଣାଇବା ସହ ମଂଚ ଉପରେ ଭାଷଣ ଦେଇ ସବୁ କଥା ବଖାଣି ଥିଲେ .

ମୁଖ୍ୟମନ୍ତ୍ରୀ କହିଥିଲେ ଆମ ସରକାର ସମସ୍ତଙ୍କର ସରକାର . ଆମେ ୧୭ଲକ୍ଷ ଚାଷୀ ପରିବାରକୁ ଆର୍ଥୀକ ସହାୟତା ଦେଇପାରିଛୁ . ଆଧିକ ଆର୍ଥୀକ ସହାୟତା ପାଇଁଥିବା ବ୍ୟକ୍ତି ହେଉଛନ୍ତି ବିଧାନସଭାରେ ଆଗ ଧାଡ଼ିରେ ବସିଥିବା ପୂର୍ବତନ ଅର୍ଥମନ୍ତ୍ରୀ ଏବେର ବିଧାୟକ ନିରଞନ ପୂଜାରୀ . ସେ ବୋନଓ ଆକାରଷର ୪୫ ଲକ୍ଷ ଟଙ୍କା ପାଇଲେ ବିଜେଡିର ବିଧାୟକ ପାଇଲେ ଆର୍ଥୀକ ସହାୟତା ଆମ ସରକାର ଯୋଗାଇଦେଲେ .

ଏହା ସହିତ ମୋହନ ପ୍ରଶ୍ନ କରିଥିଲେ କାହାଁକି ସେ ସରକାର ଦେଇପାରିଲେ ନାହିଁ ଆମେ ୨ମାସ ଭିତରେ ଦେଇଦେଲେ ୧୦୦ଟଙ୍କା ଦେଇପାରିଲେ ନାହିଁ ଆମେ ୮୦୦ ଟଙ୍କା ଦେଇଦେଲୁ . କେମିତି ହେଲା ଇଛା ଶକ୍ତିର ଅଭାବ ଥିଲା ସେ ସରକାରରେ . ଏହା ସହିତ ସେ ଆହୁରି କହିଥିଲେ ସପକ୍ଷ ବା ବିପକ୍ଷ ବାଛ ବିଚାର ନକରି ସମସ୍ତଙ୍କ ପାଇଁ କାମ କରିଥାଏ ଏ ସରକାର . ପୂର୍ବ ସରକାର ଯାହା କରିପାରିନଥିଲେ ଆମେ ତାହା କରିଦେଖାଇଛୁ .ଇଛାଶକ୍ତିର ଅଭାବ ଯୋଗୁଁ ଚାଷୀ ଭାଇମାନଙ୍କୁ ପୂର୍ବ ସରକାର ଯେଉଁଠି ୧୦୦ଟଙ୍କା ବୋନସ ଦେଇପାରିନଥିଲେ . ଆଜି ଆମ ସରକାର ୮୦୦ ଟଙ୍କାର ବୋନସ ଦେଉଛନ୍ତି ବିରୋଧୀ ଦଳର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଏହି ଯୋଜନାରେ ଉପକୃତ ହୋଇଛନ୍ତି .

author

Related Articles

Leave a Reply

Your email address will not be published. Required fields are marked *