ବଢିବାରେ ଲାଗିଛି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ କ୍ରେଜ । ହାରିକି ବି ଓଡିଶା ରାଜନୀତିର ଟ୍ରେଣ୍ଡରେ ଆଗରେ ରହିଛନ୍ତି ନବୀନ । ହଁ ଆଜ୍ଞା, ଚଳିତ ନିର୍ବାଚନରେ ବିଜେଡି ହାରିବା ପରେ ବିଜେଡିର ଚିହ୍ନବର୍ଣ୍ଣ ରହିବନି, ନବୀନ ପଦାକୁ ବାହାରିବେନି , ବିଜେଡିର ବସା ଖାଲି ହୋଇଯିବ ଏପରି ନାନା ଚର୍ଚ୍ଚା ବିଜେପି ଶିବିରରେ ମୁଣ୍ଡ ଟେକୁଥିଲା । ଏପରିକି ଆଉ କିଛି ମାସ ପରେ ବିଜେଡିକୁ ଲୋକେ ଭୁଲିଯିବେ ବୋଲି ବିଜେପି ନେତା ବୟାନ ଦେଉଥିଲେ । କିନ୍ତୁ ବିଜେଡି ପ୍ରତି ଲୋକଙ୍କ ଭଲ ପାଇବା, ନବୀନଙ୍କୁ ଦେଖିବାକୁ ଲୋକଙ୍କ ଅସଂଖ୍ୟ ଗହଳିକୁ ଦେଖିଲେ ବିଜେପି ନେତାଙ୍କ ବୟାନ ମିଛ ବୋଲି ପ୍ରମାଣିତ ହେଉଛି । କାହିଁକି ନା ବିରୋଧୀ ଆସନରେ ବି ନବୀନଙ୍କ ଲୋକପ୍ରିୟତାରେ କିଛି ବି ଫରକ ନଜର ଆସୁନି । ଆଜି ବି ନବୀନଙ୍କୁ ଦେଖିଲେ ଲୋକେ ତାଙ୍କ ପାଖକୁ ଦୌଡି ଆସୁଛନ୍ତି ନିଜ ଦୁଖ ଶୁଣାଉଛନ୍ତି । ଯେଉଁଥିରୁ ସରକାରରେ ନଥାଇ ବି ନବୀନ ସରକାରରେ ରହିଥିବା ସାଧାରଣରେ ଚର୍ଚ୍ଚ।। ଚାଲିଛି ।
କିନ୍ତୁ ଅନ୍ୟପଟେ ଲୋକଙ୍କ ସରକାର ବୋଲି ଡିଣ୍ଡିମ ପିଟୁଥିବା ବିଜେପି ନେତାଙ୍କ କ୍ଷେତ୍ରରେ ଓଲଟା ଚିତ୍ର ଦେଖିବାକୁ ମିଳୁଛି । ମାତ୍ର ୭ ମାସରେ ବିଜେପିରୁ ସାଧାରଣ ଲୋକେ ମୁହଁ ଫେରାଉଥିବା ଅନେକ କ୍ଷେତ୍ରରେ ଦେଖିବାକୁ ମିଳୁଛି । ଆଉ ଏସବୁକୁ ନେଇ ବିଜେପି ଚିନ୍ତାରେ ପଡିବା ସହ ଦଳ ଡିଆଁ ନେତାଙ୍କ ଛାତି ଧଡଧଡ ହେଉଥିବା କୁହାଯାଉଛି । ନିବାଚନ ପୂବରୁ ଓଡିଶାରେ ମୋଦି ଲହର ଦେଖି ଅନେକ ବିଜେଡି ନେତା ବିଜେପି ଶିବିରକୁ ଡିଆଁ ମାରିଥିଲେ । ଏପରିକି ନିବାଚନ ପରେ ମଧ୍ୟ ବିଜେପି ଶିବିରରେ ମିଶ୍ରଣ ପର୍ବ ଅନୁଷ୍ଠିତ ହେଉଛି । କିନ୍ତୁ ବିଜେପିରେ ମାଳ ମାଳ ନେତା ଥିବା ବେଳେ ସେମାନଙ୍କ ଅସ୍ତିତ୍ୱ ଏତେଟା ପରିଲକ୍ଷିତ ହେଉନି । ଆଉ ଏବେ ତ ବିଜେପି ଅପେକ୍ଷା ବିଜେଡିକୁ ଲୋକେ ଅଧିକ ପସନ୍ଦ କରୁଛନ୍ତି । ଏବଂ ମୋହନ ମାଝୀଙ୍କ ତୁଳନାରେ ନବୀନ ପଟ୍ଟନାୟକଙ୍କୁ ଝୁରି ହେଉଛନ୍ତି । ଯାହାକୁ ନେଇ ବିଜେପିକୁ ଯାଇଥିବା ବିଜେଡି ନେତା ମାନଙ୍କ ରାଜନୈତିକ ଭବିଷ୍ୟତ ଦୋ ଛକିରେ ପଡିଥିବା କୁହାଯାଉଛି ।