ବିଜେଡିରୁ ଲିଭିଗଲା ଘଡେଇ ପରିବାରର ଚିହ୍ନବହ୍ନ !

ବିଜେଡିରୁ ଲିଭିଗଲା ଘଡେଇ ପରିବାରର ଚିହ୍ନବହ୍ନ !

ବିଜେଡିର 24 ବର୍ଷର ସାମ୍ରାଜ୍ୟ ଛାରଖାର ହେବା ସହ ଭାଙ୍ଗିଗୁଜି ଚୁରମାର ହୋଇଯାଇଛି ଘଡେଇ ପରିବାରର ଗଡ । ହଁ ଆଜ୍ଞା ଦୀର୍ଘ ବର୍ଷ ଧରି ଲଗାତାର ଭାବେ ଯାଜପୁର ସୁକିନ୍ଦାରୁ ହ୍ୟାଟ୍ରିକ କରିଆସୁଥିଲା ଘଡେଇ ପରିବାର । ବାପା ପରେ ଚାଲିଥିଲା ପୁଅଙ୍କ ରାଜୁତି । କିନ୍ତୁ ଚଳିତ ସାଧାରଣ ନିର୍ବାଚନରେ ଯାଜପୁର ସୁକିନ୍ଦାରେ ପଛରେ ପଡିଗଲା ନବୀନ ଲହର । ଚର୍ଚ୍ଚା ପାଣ୍ଡିଆନଙ୍କ ମାରାଥନ ପ୍ରଚାର ପାଇଁ ହାରିଗଲା ବିଜେଡି । ଠିକ ସେହିପରି ବିଜେଡିର ଗଡ ଥିବା ସୁକିନ୍ଦାରେ ମାଟି କାମୁଡି ତଳେ ପଡିଛନ୍ତି ପ୍ରୀତିରଞ୍ଜନ ଘଡେଇ । ପୁଳା ପୁଳା ସମସ୍ୟା ଘେରରେ ରହିଥିବା ସୁକିନ୍ଦାରେ ପ୍ରଥମ ଥର ପାଇଁ ଭାରତୀୟ ଜନତା ପାର୍ଟି ସରକାର ଗଢିଛି । ତେବେ ବର୍ତ୍ତମାନ ରାଜ୍ୟ ରାଜନୀତିରେ ଡାନି ଘଡେଇଙ୍କ ରାଜନୈତିକ ଭବିଷ୍ୟତକୁ ନେଇ ଚର୍ଚ୍ଚା ଜୋର । କାହିଁକିନା ବିଜେଡିର ପରାଜୟ ହେବା ପରେ ଫୁଲ ଆକ୍ସନ ମୋଡରେ ରହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । କେତେବେଳେ ବିଧାୟକ ମାନଙ୍କୁ ତ ଆଉ କେତେବେଳେ ପରାଜୟ ଗ୍ରହଣ କରିଥିବା ରାଜନେତାଙ୍କୁ ଡାକି ସମୀକ୍ଷା ବୈଠକ କରୁଛନ୍ତି । ଅନ୍ୟପଟେ ବିଜେଡିକୁ ସୃଦୁଢ କରି ଏକ ମୁଖ୍ୟ ବିରୋଧି ଦଳ ଭୂମିକାରେ ଅବତୀର୍ଣ୍ଣ କରାଇବା ପାଇଁ ବିଜେଡିର ନବକଳେବର କରୁଛନ୍ତି । ଜୁନିୟର ନେତାଙ୍କୁ ପଛରେ ପକାଇ ସିନିୟର ନେତାଙ୍କୁ ଗୁରୁତ୍ୱ ଦେଉଛନ୍ତି । ଦଳରେ ଆକ୍ଟିଭ ରହୁଥିବା ନେତାଙ୍କୁ ଦାୟିତ୍ୱ ଦିଆଯାଉନାହିଁ କିନ୍ତୁ ଦଳକୁ ଆସୁନଥିବା ନେତାଙ୍କୁ ଦାୟିତ୍ୱ ଉପରେ ଦାୟିତ୍ୱ ଦିଆଯାଉଛି । ଏସବୁ ଭିତରେ ଦୋଛକିରେ ପଡିଯାଇଛନ୍ତି ସୁକିନ୍ଦାର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ । ବିଜେଡିରେ ଖୁବ କମ ନଜର ଆସୁଥିବା ବେଳେ ଦଳ ତରଫରୁ ତାଙ୍କୁ କୌଣସି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମଧ୍ୟ ଦିଆଯାଇନାହିଁ । ଉଭୟ ବାପା ପୁଅ ବିଜେଡିର ଦୁଇ ଟାଣୁଆ ନେତା ହୋଇଥିବା ବେଳେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉଭୟଙ୍କୁ ଏପରି ଅଣଦେଖା ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଛି । ତେବେ ଆଗକୁ ଏହି ଦୁଇ ବାପାପୁଅଙ୍କୁ ନେଇ ବିଜେଡିର କେଉଁ ମୋଡ ଆସୁଛି ତାହାର ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *