ବିଜେଡିରେ ବଡ ହଲଚଲ୍‌; ଆଉଟ୍ ହେଲେ ବର୍ଷା, ଏବେ ରାଜନାରାୟଣ ହିଁ ଭରସା !

ବିଜେଡିରେ ବଡ ହଲଚଲ୍‌; ଆଉଟ୍ ହେଲେ ବର୍ଷା, ଏବେ ରାଜନାରାୟଣ ହିଁ ଭରସା !

ବିଜେଡିରେ ହେଲା ବଡ ପରିବର୍ତନ । ବଡଚଣା ପାଇଁ ବଡ ନିଷ୍ପତ୍ତି ନେଲେ ବିଜେଡି ସୁପ୍ରିମୋ । ହଁ ଆଜ୍ଞା, ଦିନକୁ ଦିନ ବଦଳୁଛି ବିଜେଡିର ନିଷ୍ପତ୍ତି । ଦଳର ଉନ୍ନତି ପାଇଁ ଗୋଟିଏ ପରେ ଗୋଟିଏ ବଡ ପରିବର୍ତନ କରୁଛନ୍ତି ବିଜେଡି ସଭାପତି । ଯେଉଁଥିରେ ଏବେ ବଡଚଣାର ନେତୃତ୍ୱଙ୍କୁ ନେଇ ନବୀନ ଏକ ନିଷ୍ପତ୍ତି ନେଇଥିବା କୁହାଯାଉଛି । ଏବଂ ଆଗକୁ ଯାଜପୁର ଜିଲ୍ଲାର ବଡଚଣା ରାଜନୀତିରେ ବଡ ହଲଚଲ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ବଢିଲାଣି । କାରଣ ନିକଟରେ ବିଜେଡିକୁ ବାଏ ବାଏ କରିଥିବା ଭେଟେରାନ ନେତା ଅମର ଶତପଥୀ ଖୁବଶୀଘ୍ର ପଦ୍ମ ଧରିବାକୁ ଯାଉଛନ୍ତି । ବିଜେପିରେ ସାମିଲ ହେବା ପୂର୍ବରୁ ହିଁ ତାଙ୍କୁ ଦଳ ଜାତୀୟ ସ୍ତରରେ ଏକ ଦାୟିତ୍ୱ ଦେବା ଏହି ଚର୍ଚ୍ଚାକୁ ଖୋରାକ ଯୋଗାଉଛି । ଅନ୍ୟପଟେ ନିର୍ବାଚନ ପୂର୍ବରୁ ବଡଚଣା ଦାୟିତ୍ୱରେ ଥିବା ବର୍ଷା ପ୍ରିୟଦର୍ଶନୀଙ୍କୁ ସାଇଡ୍ କରି ବିଜେଡି ଏବେ ରାଜନାରାୟଣ ମହାପାତ୍ରଙ୍କୁ ବଡଚଣାର ଦାୟିତ୍ୱ ଦେବାକୁ ଯାଉଥିବା ସାଧାରଣରେ ଆଲୋଚନାର ପ୍ରସଙ୍ଗ ପାଲଟିଛି । ବଡଚଣାରେ ରାଜନାରାୟଣ ମହାପାତ୍ର ନିଜ ସଙ୍ଗଠନକୁ ମଜବୁତ କରିବା ପାଇଁ ପାଦ ବଢେଇ ସାରିଥିବା ଦେଖିବାକୁ ମିଳୁଛି । ବଡଚଣାରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ମାଧ୍ୟମରେ ସେ ଦଳର କର୍ମୀମାନଙ୍କୁ ନେଇ ଏକ କାର୍ଯ୍ୟକ୍ରମ କରିଥିଲେ । ଯେଉଁଥିରୁ ସେ ବଡଚଣାର ନେତୃତ୍ୱ ନେବା ପାଇଁ ରେଡୀ ହେଉଥିବା କୁହାଯାଉଛି । ଅନ୍ୟପଟେ ବର୍ଷା ପ୍ରିୟଦର୍ଶନୀଙ୍କୁ ମଧ୍ୟ ରାଜନୀତିରେ ଏତେଟା ସକ୍ରିୟ ଦେଖିବାକୁ ମିଳୁନି । ନିର୍ବାଚନ ପରେ ପରେ କେବଳ ବିଜେଡିର ଜନସମ୍ପର୍କ ପଦ ଯାତ୍ରାରେ ତାଙ୍କୁ ଦେଖିବାକୁ ମିଳିଥିଲା । କିନ୍ତୁ ଏହା ପରଠାରୁ ସେ ଦଳରେ ଏତେଟା ସକ୍ରିୟ ନାହାନ୍ତି । ଯେଉଁଥିରୁ ଦଳ ତାଙ୍କୁ ସାଇଡ୍ କରିଥାଇପାରେ ବୋଲି ଆଶଙ୍କା କରାଯାଉଛି । ତେବେ ପୂର୍ବରୁ ଗାନ୍ଧୀ ଜୟନ୍ତୀ ଅବସରରେ ବଡଚଣା ବିଜେଡିରେ ଫାଟ ପରିଲକ୍ଷିତ ହୋଇଥିଲା । ୩ ୩ ଜଣ ବିଜେଡି ନେତା ନିଜ ନିଜ ଦଳ ପାଇଁ ଭିନ୍ନ ଭିନ୍ନ ଗୋଷ୍ଠୀଙ୍କୁ ନେଇ ପ୍ରଚାର କରୁଥିଲେ । କିନ୍ତୁ ଏବେ ବିଜେଡି ରାଜନାରାୟଣ ମହାପାତ୍ରଙ୍କୁ ହିଁ ବଡଚଣାର ମଙ୍ଗ ଧରିବା ନେଇ ଯୋଜନା ଚଳାଇଥିବା କୁହାଯାଉଛି । ତେବେ ଦେଖାଯାଉ ରାଜନାରାୟଣଙ୍କ ନେତୃତ୍ୱରେ ବଡଚଣା ବିଜେଡିର ସ୍ଥିତି କିପରି ରହୁଛି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *