ଓଡିଶା ରାଜନୀତିର ଏକ ପ୍ରମୁଖ ଆଞ୍ଚଳିକ ଦଳ ହେଉଛି ବିଜୁ ଜନତା ଦଳ । ଦୀର୍ଘ 24 ବର୍ଷ ଧରି ଓଡିଶା ରାଜ୍ୟରେ ରହିଥିଲା ବିଜେଡିର ପତିଆରା । କିନ୍ତୁ ଚଳିତ ସାଧାରଣ ନିର୍ବାଚନ ଆଣିଲା କିଛି ନୂଆ ପରିବର୍ତ୍ତନ । ପ୍ରଥମ ଥର ପାଇଁ ଭାରତୀୟ ଜନତା ପାର୍ଟି ସରକାର ଗଢିଲା । ହେଲେ ସେପଟେ ବିଜେଡି ଶିବିରରେ ଦେଖାଦେଇଛି ଗୋଷ୍ଠୀ କନ୍ଦଳ । ପ୍ରଥମେ କଟକ ଚୌଦ୍ୱାର ପୂର୍ବତନ ବିଧାୟକ ତଥା ବିଜେଡିର ବରିଷ୍ଠ ନେତା ପ୍ରଭାତ ବିଶ୍ୱାଳ ବବି ଓ ପାଣ୍ଡିଆନଙ୍କୁ କଟାକ୍ଷ କରିବା ଓ ଏହାପରେ ପାରାଦୀପର ପୂର୍ବତନ ବିଧାୟକ ସମ୍ୱିତ ରାଉତତରାୟଙ୍କ ବୟାନ ନବୀନ ବାବୁ ହାରି ନାହାନ୍ତି ତାଙ୍କୁ ହରାଇ ଦିଆଯାଇଛି । ଯାହା ଦଳୀୟ କନ୍ଦଳର ଚର୍ଚ୍ଚାକୁ ବଢାଉଛି । ସମ୍ୱିତଙ୍କ ମୂଷା ଉପାଖ୍ୟାନ ଓ ପ୍ରଭାତଙ୍କ ବବିଙ୍କୁ କଟାକ୍ଷ ସିଧାସଳଖ ଦର୍ଶଉଛି ବିଜେଡିରେ କିଭଳି ଭାବେ ଦଳୀୟ କନ୍ଦଳ ବଢିବାରେ ଲାଗିଛି । ଅନ୍ୟପଟେ ବିଜେଡିର ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ପ୍ରଭାତ ବିଶ୍ୱାଳ ବିଜେପି ଆଡକୁ ଢଳୁଥିବା ନେଇ ମନ୍ତବ୍ୟ ଦେଇଛନ୍ତି । ତେବେ ବିଜେଡିର ସାଙ୍ଗଠନିକ କ୍ଷେତ୍ରରେ ବଡ ଧରଣର ପରିବର୍ତ୍ତନ ହେବା ପରେ ଏହି କନ୍ଦଳ ବେଶି ବୃଦ୍ଧି ପାଉଛି । ଯେଉଁ ନୂଆ ତାଲିକା ପ୍ରକାଶ ପାଇଛି ସେଥିରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡିର ବରିଷ୍ଠ ନେତୃବୃନ୍ଦଙ୍କୁ ଅଧିକା ଗୁରୁତ୍ୱ ଦେଇଛନ୍ତି ।ତେବେ ବିରୋଧି ଭୂମିକାରେ ବସିଥିବା ବିଜୁ ଜନତା ଦଳ ଆଗାମୀ ପାଞ୍ଚବର୍ଷ ପର୍ଯ୍ୟନ୍ତ ଶାସକ ଦଳକୁ କିପରି ଘେରିବ ସେ ନେଇ ସମୀକ୍ଷା କରୁଥିବା ବେଳେ ଦଳୀୟ କନ୍ଦଳ ବିଜେଡି ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି । ପ୍ରଭାତ ଓ ସମ୍ୱିତଙ୍କ ବୟାନ ପରେ ତେଜିବାରେ ଲାଗିଛି ବିଜେଡି କନ୍ଦଳ । ତେବେ ଆଗକୁ ଏହି ଗୋଷ୍ଠୀ କନ୍ଦଳ କେଉଁ ମୋଦ ନେଉଛି ତାହା ଦେଖିବାକୁ ଅପେକ୍ଷା ।

You can share this post!
author
Related Articles
ନିର୍ବାଚନ ସ୍ଥଗିତ ଖପ୍ପା ନବୀନ
- June 1, 2025
ନବୀନଙ୍କୁ ଚିଠି ଲେଖିଲେ…
- June 1, 2025