ବିଜେଡିର ପ୍ରୋମିନେଣ୍ଟ ଫେସ ଏବେ ଦୁର୍ନୀତିର ନାୟିକା

ବିଜେଡିର ପ୍ରୋମିନେଣ୍ଟ ଫେସ ଏବେ ଦୁର୍ନୀତିର ନାୟିକା

ହଁ ଦର୍ଶକବନ୍ଧୁ ପୂର୍ବତନ ବାଚସ୍ପତି ତଥା ବିରୋଧି ଦଳ ଉପ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ନାଁରେ ଆସିଲା ସାଙ୍ଘାତିକ ଅଭିଯୋଗ । ବିଜେଡିର ଜଣେ ଆଗଧାଡିର ନେତ୍ରୀ ହେଉଛନ୍ତି ପ୍ରମିଳା ମଲ୍ଲିକ । ବିଜେଡି ସରକାରରେ ଥିବା ସମୟରେ ଜଣେ ଟାଣୁଆ ନେତ୍ରୀ ସାଙ୍ଗକୁ ମନ୍ତ୍ରୀ ମଧ୍ୟ ରହିଥିଲେ । ଚଳିତ ନିର୍ବାଚନରେ ପରିବର୍ତ୍ତନର ନାରାକୁ ଭେଦ କରି ନିଜ ଗଡ ବିଞ୍ଝାରପୁରରେ ଶଙ୍ଖ ଫୁଙ୍କିଛନ୍ତି ପ୍ରମିଳା ମଲ୍ଲିକ । କିନ୍ତୁ ତାଙ୍କ ନାଁରେ ବିଜେପି ଏବେ ଆଣିଛି ସାଙ୍ଘାତିକ ଅଭିଯୋଗ । ନିଜ ନିର୍ବାଚନ ମଣ୍ଡଳୀରେ ପ୍ରମିଳା କରିଥିବା ଦୁର୍ନୀତିର ଫର୍ଦାଫାସ କରିଛନ୍ତି ବର୍ତ୍ତମାନର ବିଜେପି ସରକାର । ପୂର୍ବରୁ ଡାଲି ଦୁର୍ନୀତିକୁ ନେଇ ତାଙ୍କ ନାଁରେ ଅଭିଯୋଗ ଆସିଥିଲା ଏବଂ ତାଙ୍କୁ ମନ୍ତ୍ରୀ ପଦବୀ ମଧ୍ୟ ହରାଇବାକୁ ପଡିଥିଲା । ବିଜେଡି ସରକାରକୁ ଆଢୁଆଳ କରି ଦୁର୍ନୀତି ଉପରେ ଉପରେ ଦୁର୍ନୀତି କରି ଚାଲିଥିଲେ ବିଜେଡି ମନ୍ତ୍ରୀଙ୍କ ଠାରୁ ଯେ ବିଧାୟକଙ୍କ ପର୍ଯ୍ୟନ୍ତ । ବିଞ୍ଝାରପୁର ଅଞ୍ଚଳରେ ଏକ କମ୍ୟୁନିଟି ସେଣ୍ଟରକୁ ନେଇ ସୃଷ୍ଟି ହୋଇଛି ବିବାଦ । ନିଜ ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ଅନିୟମିତତା ଅଭିଯୋଗ କରିଛି ବିଜେପି । ବିଞ୍ଚାରପୁର ଅଞ୍ଚଳରେ ଏକ ଲଘୁ ସମ୍ପ୍ରଦାୟଙ୍କ ପାଇଁ ଏକ କମ୍ୟୁନିଷ୍ଟ ସେଣ୍ଟର ବନାଯାଇଥିଲା । ଯେଉଁଥିରେ ଜଣେ ଠିକାଦାରଙ୍କୁ ସରକାରୀ ରାଜକୋଷରୁ ଅନେକ ଟଙ୍କା ଦିଆଯାଇଥିବା ଅଭିଯୋଗ ହୋଇଛି । କିନ୍ତୁ ବିଞ୍ଝାରପୁର ଅଞ୍ଚଳରେ ସେଭଳି କିଛି କମ୍ୟୁନିଷ୍ଟ ସେଣ୍ଟର ଚିହ୍ନବହ୍ନ ନାହିଁ । ଠିକାଦାରଙ୍କ ସହିତ ମିଶି ପ୍ରମିଳା ନିଜ ଅଞ୍ଚଳବାସୀଙ୍କୁ ଭୂଆଁ ବୁଲାଇଛନ୍ତି ପ୍ରମିଳା । ତେବେ ତୁରନ୍ତ ଏହାକୁ ତଦନ୍ତ ଭୁକ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛି ଭାରତୀୟ ଜନତା ପାର୍ଟି ସରକାର । ବିଜେଡିର ଏହି ପ୍ରୋମିନେଣ୍ଟ ଫେସକୁ ନେଇ ବିଜେଡି ଶିବିରରେ କେଉଁ ଝଡ ସୃଷ୍ଟି ହେଉଛି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *