ବିଜେଡି ଆଗରେ ଗଡି ପାରୁନି ଡବଲ ଇଞ୍ଜିନ ସରକାର !

ବିଜେଡି ଆଗରେ ଗଡି ପାରୁନି ଡବଲ ଇଞ୍ଜିନ ସରକାର !

୨୪ ବର୍ଷର ସରକାର ଆଗରେ ଚାଲି ପାରୁନି ବିଜେପିର ଡବଲ ଇଞ୍ଜିନ ସରକାର । ନବୀନଙ୍କୁ କାଟିବାରେ ସଫଳ ହୋଇପାରୁନି ମୋହନ ସରକାର । ନା ଲୋକପ୍ରିୟତାରେ ନା ସାଧାରଣ ଲୋକଙ୍କ ସେବା କ୍ଷେତ୍ରରେ । କୌଣସିଥିରେ ବିଜେଡିକୁ ପଛରେ ପକାଇପାରୁନି ବିଜେପି । ସରକାରକୁ ୭ ମାସ ବିତିଯାଇଥିଲେ ମଧ୍ୟ ଏଯାଏଁ ବିଜେପି କୌଣସି ଯୋଜନାକୁ ନେଇ ସର୍ମ୍ପୂଣ୍ଣ ସ୍ପଷ୍ଟ ଥିବା ଦେଖିବାକୁ ମିଳୁନି । ସେ ସୁଭଦ୍ରା ଯୋଜନାକୁ ନେଇ ହେଉ ବା ସ୍ୱାସ୍ଥ୍ୟ କାର୍ଡକୁ ନେଇ ହେଉ । ସବୁଠି କନଫ୍ୟୁଜନ ରହିଛି । କିନ୍ତୁ ଏପଟେ ସରକାରରେ ନଥାଇ ମଧ୍ୟ ନବୀନଙ୍କ ଗୋଟିଏ ପରେ ଗୋଟିଏ ଯୋଜନା ଏବଂ ଚିନ୍ତାଧାରାକୁ ଜାତୀୟ ସ୍ତରରେ ଭୁରି ଭୁରି ପ୍ରଶଂସା କରାଯାଉଛି ।

ତେବେ ନିକଟରେ ସାଧାରଣ ଲୋକଙ୍କ ଗମନାଗମନକୁ ନେଇ ଏକ ରିପୋର୍ଟ ପ୍ରକାଶ ପାଇଥିଲା । ଯେଉଁଥିରେ ଭୁବନେଶ୍ୱର ଏକ ନମ୍ବର ସ୍ଥାନରେ ରହିଥିଲା । ଭୁବନେଶ୍ୱରକୁ ସିଟି ୱିଥ୍ ବେଷ୍ଟ ପବ୍ଲିକ୍ ଟ୍ରାନ୍ସପୋର୍ଟ ସିଷ୍ଟମର ଆୱାର୍ଡ ମିଳିଥିଲା । ମୋ ବସ ଏବଂ ମୋ ଇ ରାଇଡ ସେବାକୁ ଜାତୀୟ ସ୍ତରରେ ଖୁବ ପସନ୍ଦ କରାଯାଇଥିଲା । ଆଉ ଏଥିପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିନ୍ତାଧାରକୁ ଚାରିଆଡୁ ପ୍ରଶଂସା କରାଯାଉଥିଲା । ଏହା ସହ ନିକଟରେ ଶିକ୍ଷା ବ୍ୟବସ୍ଥାକୁ ନେଇ ଓଡିଶା ସମସ୍ତଙ୍କୁ ପଛରେ ପକାଇଥିବା ଖବର ସାମ୍ନାକୁ ଆସିଥିଲା । ନବୀନଙ୍କ ଶିକ୍ଷା ମଡେଲକୁ ଜାତୀୟ ସ୍ତରରେ ବାହା ବାହା ମିଳିଥିଲା ।

କିନ୍ତୁ ସରକାରକୁ ଆସିବାର ୭ ମାସ ପରେ ବି ରାଜ୍ୟରେ ଡବଲ ଇଞ୍ଜିନ ସରକାର ଆଗକୁ ଗଡିପାରୁନଥିବା ଏବଂ ଏବେ ଠୁ ହଁ ଝୁଣ୍ଟୁଥିବା ସାଧାରଣରେ ଚର୍ଚ୍ଚା ହେଉଛି । କାରଣ ନା ବିଜେପି ବିଜେଡି ତୁଳନାରେ କୌଣସି ଲୋକପ୍ରିୟ ଯୋଜନା ଆଣିବାରେ ସଫଳ ହେଉଛି ନା ଲୋକଙ୍କୁ ଉନ୍ନତମାନର ସେବା ଯୋଗାଇବାରେ ସଫଳ ହେଉଛି । ଓଲଟା ନିଜ ଯୋଜନାରେ ନିଜେ ଫେଲ ମାରୁଥିବା ଦେଖିବାକୁ ମିଳୁଛି । ତେବେ ବିଜେପି ପ୍ରବାସୀ ଭାରତୀୟ ସମ୍ମିଳନୀ ଉଦ୍ଦେଶ୍ୟରେ ଓଡିଶାକୁ ଡବଲ ଡେକର ବସ୍ ଆଣିଥିଲେ । ଯାହାର ଶୁଭାରମ୍ଭ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କରିଥିଲେ ଏବଂ ଏଥିରେ ଅନେକ ସୁବିଧା ସୁଯୋଗ ଥିବା ଦର୍ଶାଇଥିଲେ । କିନ୍ତୁ ଡବଲ ଡେକର ବସ ରାସ୍ତାରେ ଗଡିବାର ସପ୍ତାହେ ହୋଇନି ସର୍ଟ ସର୍କିଟ କାରଣରୁ ଏଥିରେ ନିଆଁ ଲାଗିଥିବା ଖବର ସାମ୍ନାକୁ ଆସିଥିଲା । ଆଉ ଏଥିପାଇଁ ବିଜେପିକୁ ତୀବ୍ର ସମାଲୋଚନା ମଧ୍ୟ କରାଯାଇଥିଲା । ଆଉ ଏଥିରୁ ବିଜେପି ନେତାଙ୍କ ପାରିବା ପଣିଆ ଉପରକୁ ପ୍ରଶ୍ନ ଉଠିଥିଲା । କିନ୍ତୁ ଏତେ ସବୁ ପରେ ବି ବିଜେପି ନେତା ବିଜେଡିକୁ ଦୋଷ ଦେବାରେ ଆଦୌ ହେଳା କରୁନାହାନ୍ତି । ତେବେ ଦେଖାଯାଉ କେବଳ ବଡ ବଡ କଥା କହୁଥିବା ଡବଲ ଇଞ୍ଜିନ ସରକାର ଓଡିଶାର ବିକାଶ ଡବଲ କରିପାରୁଛି ନା କେବଳ କଥାରେ ରହିଯାଉଛି ତା ଉପରେ ସମସ୍ତଙ୍କ ନଜର ।

author

Related Articles

Leave a Reply

Your email address will not be published. Required fields are marked *