ନିର୍ବାଚନ ପରେ ରାଜ୍ୟରେ ତିନି ରାଜନୈତିକ ଦଳ ମାନଙ୍କ ମଧ୍ୟରେ ଆସୁଛି ଭିନ୍ନ ଭିନ୍ନ ମୋଡ । ରାଜ୍ୟରେ ବିଜେଡିର ଶୋଚନୀୟ ପରାଜୟ ପରେ ସାମ୍ନାକୁ ଆସି ମୁହଁ ଖୋଲୁଛନ୍ତି ବିଜେଡିର ବରିଷ୍ଠ ନେତୃବୃନ୍ଦ । ପରାଜୟର ସମୀକ୍ଷା ପାଇଁ ଘନ ଘନ ବୈଠକ ବସୁଥିବା ବେଳେ ଖୋଦ ବିଜେଡିର ବରିଷ୍ଠ ନେତା ମାନେ ବିଜେଡି ପାଇଁ କାଳ ସାଜୁଛନ୍ତି । ହଁ ଦର୍ଶକବନ୍ଧୁ କାହିଁକି ହାରିଲା ବିଜେଡି । ନିର୍ବାଚନରେ ବିଜେଡିର ପରାଜୟକୁ ନେଇ ମୁହଁ ଖୋଲିଛନ୍ତି ଚୌଦ୍ୱାର କଟକର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ । ଭୁଲ ବୁଝମଣା ଯୋଗୁଁ ବିଜେଡି ନିର୍ବାଚନ ହାରିଥିବା ବେଳେ ସିଧାସଳଖ ବବି ପାଣ୍ଡିଆନଙ୍କୁ ଦାୟୀ କରିଛନ୍ତି ପ୍ରଭାତ ବିଶ୍ୱାଳ । ଏକ ଧନ୍ୟବାଦ ସଭାରେ ବିଜେଡିର ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଓ ଭିକେ ପାଣ୍ଡିଆନଙ୍କ ଗୁମର ଖୋଲିଦେଇଛନ୍ତି ବିଜେଡିର ଏହି ବରିଷ୍ଠ ନେତା । ସଭାରେ କହିଲେ କିନ୍ତୁ ଗଣମାଧ୍ୟମ ସାମ୍ନାରେ କହିଲେ ନାହିଁ । ପ୍ରଣବ ସମ୍ୱଲପୁର ଲୋକସଭା ଓ ତାଙ୍କ ମାଆ କୋରେଇ ବିଧାନସଭା ହାରିବା ଏହା ତାଙ୍କର କର୍ମଫଳ ବୋଲି କହିଛନ୍ତି ପ୍ରଭାତ ବିଶ୍ୱାଳ । ନିର୍ବାଚନ ପୂର୍ବରୁ ସାରା ରାଜ୍ୟ ଗସ୍ତ କରୁଥିଲେ ଭିକେ ପାଣ୍ଡିଆନ ଏବଂ ଏହାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଗରେ ସବୁ କହିଥିଲେ ପ୍ରଭାତ ବିଶ୍ୱାଳ । ହେଲେ ତାଙ୍କ କଥା ମୁଖ୍ୟମନ୍ତ୍ରୀ ଶୁଣିଲେ ନାହିଁ । ତେବେ ଚର୍ଚ୍ଚା ନିଜ ପୁଅ ସୌଭିକ ବିଶ୍ୱାଳଙ୍କ ଜିତିବା ପରେ ମଧ୍ୟ କାହିଁକି ବବି ପାଣ୍ଡିଆନଙ୍କ ଉପରେ ଏତେ ଖପ୍ପା ବିଜେଡିର ଏହି ବରିଷ୍ଠ ନେତା । ତେବେ ରାଜ୍ୟରେ ବିଜେଡି ବିରୁଦ୍ଧରେ ଖୋଦ ବରିଷ୍ଠ ନେତାଙ୍କ ଏପରି ବୟାନ ରାଜ୍ୟ ରାଜନୀତିକୁ ବିଜୁ ଜନତା ଦଳ ଏବଂ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ଚର୍ଚ୍ଚା ଘେରକୁ ଟାଣି ନେଇଛି । ଏବେଠାରୁ ବିଜେଡିରେ ଏତେ କନ୍ଦଳ ଦେଖାୟିବା ବେଳେ ଆଗାମୀ ଦିନରେ କଣ ହେବ ବିଜେଡିର ଭବିଷ୍ୟତ ତାହା ଦେଖିବାକୁ ଅପେକ୍ଷା ।

You can share this post!
author