ବିଜେପିକୁ ନେଇ ବଢୁଛି କନଫ୍ୟୁଜନ !

ବିଜେପିକୁ ନେଇ ବଢୁଛି କନଫ୍ୟୁଜନ !

ଏପଟେ ବିଜେପିରେ ଚାଲିଛି ମିଶ୍ରଣ ପର୍ବ । କିନ୍ତୁ ସେପଟେ ଖାଲି ଚେୟାରକୁ ଦେଖି ଭାଷଣ ଦେଉଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ହଁ ଆଜ୍ଞା, ଦିନକୁ ଦିନ ବଢୁଛି ବିଜେପିର ଶକ୍ତି । ବିଜେପିରେ ପ୍ରତିଦିନ ସାମିଲ ହେଉଛନ୍ତି ସାଧାରଣ ଲୋକେ । ବିଜେଡି ଛାଡି ବିଜେପିର ହାତ ଧରୁଛନ୍ତି ଶହ ଶହ କର୍ମୀ । ଆଉ ଏ ମିଶ୍ରଣ ପର୍ବକୁ ଦେଖି ବିଜେପି ବିଜେଡିକୁ ପଛରେ ପକାଇ ସଶକ୍ତ ହେଉଥିବା ନାରା ଦେଉଛନ୍ତି ବିଜେପି ନେତା । କିନ୍ତୁ ବାସ୍ତବରେ ଯେଉଁ ଚିତ୍ର ସାମ୍ନାକୁ ଆସୁଛି ତାହା ସମ୍ପୂର୍ଣ୍ଣ ଭିନ୍ନ ଦିଗକୁ ଇସାରା କରୁଛି । କାହିଁକି ନା ଏତେ ମାତ୍ରାରେ ମିଶ୍ରଣ ପର୍ବ ଅନୁଷ୍ଠିତ ହେବା ସତ୍ୱେ ବିଜେପି ସଭାରେ କାଁ ଭାଁ ଲୋକେ ସାମିଲ ହେଉଛନ୍ତି । କେଉଁଠି ଲୋକଙ୍କ ପାଇଁ ପଡିଥିବା ଚେୟାର ଗୁଡିକ ଖାଲି ପଡୁଛି ତ ଆଉ କେଉଁଠି ଲୋକ ଭାଷଣ କମ୍ ଫୋନ ଅଧିକା ଟିପୁଥିବା ଦେଖିବାକୁ ମିଳୁଛି । ଅନ୍ୟ ନେତା ମନ୍ତ୍ରୀଙ୍କ କଥା ଛାଡୁନ୍ତୁ ଖୋଦ ମୁଖ୍ୟମନ୍ତ୍ରୀ ମଞ୍ଚରେ ଥିବା ବେଳେ ମଧ୍ୟ ଚେୟାର ଗୁଡିକ ଖାଲି ପଡୁଛି । ଆଉ ଏସବୁକୁ ନେଇ ବିଜେପିର ଲୋକପ୍ରିୟତା ଉପରକୁ ପ୍ରଶ୍ନ ଉଠୁଛି ।

ତେବେ ପୂର୍ବରୁ ବହୁ ସ୍ଥାନରେ ଖାଲି ଚେୟାର ପଡିଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏପରିକି ନିକଟରେ ମୁଖ୍ୟମନ୍ତ୍ରୀଙ୍କ ମାଲକାନଗିରି ଜିଲ୍ଲାରେ ରୋଡ ସୋ ସମୟରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଥିଲା । ଖାଲି ରୋଡରେ କିଛି ଲୋକ ଯାଆସ କରୁଥିବା ବେଳେ ଖାଲି ରୋଡରେ ହାତ ହଲେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯାଉଥିଲେ । ଆଉ ଏବେ ନିଜ ଜିଲ୍ଲା କେନ୍ଦୁଝରରେ ମଧ୍ୟ ମୋହନଙ୍କୁ ଖାଲି ଚେୟାର ପରସ୍ଥିତିର ସାମ୍ନା କରିବାକୁ ପଡିଛି । ମଞ୍ଚରେ ମୋହନ ମାଝୀ ଭାଷଣ ଦେଉଛନ୍ତି ଏପଟେ ଅଧା ଲୋକ ଛିଡା ହୋଇ ନିଜ ନିଜ ଭିତରେ ବ୍ୟସ୍ତ ଥିବା ବେଳେ ଅଧାରୁ ଅଧିକ ଚେୟାର ଖାଲି ପଡିଛି । କିନ୍ତୁ ଏପଟେ ମିଶ୍ରଣ ପର୍ବ କରି ବିଜେପି ଲୋକଙ୍କ ପସନ୍ଦ ସାଜୁଥିବା ବିଜେପି ନେତାମାନେ ଡିଣ୍ଡିମ ପିଟୁଛନ୍ତି ।

କିନ୍ତୁ ଅନ୍ୟପଟେ ଦେଖିବାକୁ ଗଲେ ବିଜେଡିରୁ ନେତା ଏବଂ କର୍ମୀ ବିଜେପିକୁ ଡିଆଁ ମାରୁଛନ୍ତି ସତ । କିନ୍ତୁ ବିଜେଡି ନେତାଙ୍କ କାର୍ଯ୍ୟକ୍ରମରେ ଲୋକଙ୍କ ଅସଂଖ୍ୟ ଭିଡ ଦେଖିବାକୁ ମିଳୁଛି । ବିଜେଡି ସଭାପତିଙ୍କୁ ଦେଖିବାକୁ ସାଧାରଣ ଲୋକଙ୍କ ସୁଅ ଛୁଟୁଛିା ଖାଲି ନବୀନ ନୁହଁନ୍ତି ନିର୍ବାଚନ ପରେ ବବି ଦାସ ଏବଂ ଭିକେ ପାଣ୍ଡିଆନ ସାଧାରଣ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିବା ବେଳେ ଏବେ କିନ୍ତୁ ତାଙ୍କୁ ଦେଖିବାକୁ ଏବଂ ତାଙ୍କର ଫଟୋ ନେବାକୁ ଲୋକଙ୍କ ଭିଡ ଜମୁଛି । ଆଉ ଏଥିରୁ କିଏ ଲୋକଙ୍କ ପ୍ରିୟ ତାହା କାହାକୁ ଅଛପା ନାହିଁ ।

author

Related Articles

Leave a Reply

Your email address will not be published. Required fields are marked *