ବିଜେପିରେ ଅଣନିଶ୍ୱାସୀ ସମୀର ଦାସ !

ବିଜେପିରେ ଅଣନିଶ୍ୱାସୀ ସମୀର ଦାସ !

2024 ନିର୍ବାଚନ ସମୟରେ ବିଜେଡିରୁ ଟିକେଟ ନପାଇବାରୁ ବିଜେଡି ଛାଡି ପଦ୍ମ ପୋଖରୀରେ ବୁଡ଼ ମାରିଥିଲେ ସମୀର ଦାସ ..ଆଶାଥିଲା ବଡ଼ ବିଜେଡି ନେତା ହେଇଥିବାରୁ ତାଙ୍କୁ ବିଜେପିରେ ବଡ଼ ପଦବୀ ମିଳିବ ..କୁହାଯାଉଛି ସମୀରଙ୍କ ସହାୟତ ପାଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ସମେତ ପୁରୀ ଜିଲ୍ଲାର ଅନେକ ସିଟରେ ବିଜେପିର ବିଜୟ ହେଇଥିଲା ..ହେଲେ ବିଜେପି ସରକାର ଗଢିବା ପରେ ନାଁ ସମୀରଙ୍କୁ ମିଳିଲା ବଡ଼ ପଦବୀ ନାଁ ମିଳିଲା ସମ୍ମାନ ..ଭାବିଥିଲେ ବିଜେଡିରେ ତାଙ୍କର ଦବଦବା ଥିବାରୁ ବିଜେପି ତାଙ୍କୁ ମୁଣ୍ଡର ବସେଇବ ..ମାତ୍ର ଏବେ ବିଜେପିରେ କେହି ତାଙ୍କୁ ଦୁଇ ଟଙ୍କାରେ ପଚାରୁନାହାନ୍ତି ..ସେଥିପାଇଁ କୁହାଯାଉଛି ଏବେ ବିଜେଡିକୁ ଫେରିବାକୁ କାଳେ ବାଟ ଖୋଜୁଛନ୍ତି ସମୀର ..ବିଜେଡି ଛାଡିବା ପରେ ନିଜ ଅଞ୍ଚଳ ନିମାପଡାରେ ବି କାଳେ ସମୀରଙ୍କ ପତିଆରା କମିଛି ଆଉ ପ୍ରଭାତୀ ପରିଡାଙ୍କ ପତିଆରା ବଢ଼ିବାରେ ଲାଗିଛି ..ଉପରେ ଉପରେ ସବୁ ଭଲ ଦେଖାଯାଉଥିଲା ବେଳେ ଭିତରେ ସମୀର ପ୍ରଭାତିଙ୍କ ଉପରେ ଖୁସି ନାହାନ୍ତି ବୋଲି ଜଣାପଡିଛି ..ହେଲେ ବିଜେଡି ଛାଡିବା ପରେ ସମୀର ବିଜେଡି ବିରୋଧରେ ଯେଉଁ ମନ୍ତବ୍ୟ ସବୁ ଦେଇଥିଲେ ତାକୁ ଭୁଲି ପୁଣିଥରେ ବିଜେଡି ତାଙ୍କୁ ପୁଣିଥରେ ଗ୍ରହଣ କରିବାର ସମ୍ଭାବନା କ୍ଷୀଣ ..ମାତ୍ର ସମୀରଙ୍କ ଲୋକପ୍ରିୟତା ଓ ସାଙ୍ଗଠନିକ କ୍ଷମତା ଯେ ବିଜେଡି ଏ ନିର୍ବାଚନରେ ମିସ କରିଥିଲା ଏକଥାକୁ କେହି ମନା କରି ପାରିବେ ନାହିଁ ..ତେବେ ଦେଖିବାକୁ ବାକିରହିଲା ସମୀରଙ୍କ ଭୁଲକୁ କ୍ଷମା କରି ତାଙ୍କୁ ବିଜେଡିକୁ କୋଳେଇ ନେଉଛନ୍ତି କି ନାହିଁ

author

Related Articles

Leave a Reply

Your email address will not be published. Required fields are marked *