ବିଜେପିରେ ଜାଗା ଖୋଜୁଛନ୍ତି ସୁନନ୍ଦା, ସ୍ୱାମୀଙ୍କ ସହ ମିଶି କଲେ ନୂଆ ପ୍ଲାନ !

ବିଜେପିରେ ଜାଗା ଖୋଜୁଛନ୍ତି ସୁନନ୍ଦା, ସ୍ୱାମୀଙ୍କ ସହ ମିଶି କଲେ ନୂଆ ପ୍ଲାନ !

ବିଜେପିରେ ରହିବା ପାଇଁ ସୁନନ୍ଦାଙ୍କ ନୂଆ ପ୍ଲାନ । ନୂଆ ରଣନୀତି ସହ ମଇଦାନକୁ ଓହ୍ଲାଇବାକୁ ଚେଷ୍ଟା ଚଳାଇଛନ୍ତି ସୁନନ୍ଦା । ନିକଟରେ ବିଜେଡିକୁ ବାଏ ବାଏ କରିଥିବା ଯାଜପୁର ବରୀ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ ବର୍ତ୍ତମାନ ବିଜେପି ଶିବିରରେ । ବିଜେଡିରେ କୋଣଠେସା କରାଯାଉଥିବା ଅଭିଯୋଗ ଆଣି ସୁନନ୍ଦା ବିଜେପି ଶିବିରରେ ଏଣ୍ଟ୍ରି ମାରିଥିଲେ । ଏବଂ ଦଳରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି ଆଶା ରଖିଥିଲେ । କିନ୍ତୁ ସେ ଆଶା ଆଶାରେ ରହିଯାଉଥିବାର ସାଧାରଣରେ ଚର୍ତ୍ତା ଚାଲିଛି । କାରଣ ଦଳକୁ ଆସିବାର ମାତ୍ର କିଛି ଦିନ ପରେ ହିଁ ସୁନନ୍ଦା ଦଳରେ କୋଣଠେସା ହେଉଥିବା ଏବଂ ବିଜେପି ନେତାମାନେ ତାଙ୍କୁ ଦଳରେ ପସନ୍ଦ କରୁନଥିବା କାର୍ତିକ ପୂଣ୍ଣିମା ଅବସରରେ ଦେଖିବାକୁ ମିଳିଛି । ଏବଂ ଏହାକୁ ନେଇ ବିଜେପିରେ ସୁନନ୍ଦାଙ୍କ ସ୍ଥିତି ଏବେଠୁ ହିଁ ଟଳମଳ ହେଉଥିବା ଚର୍ଚ୍ଚା ଚାଲିଛି । ଆଉ ଏସବୁକୁ ନଜରରେ ରଖି ସୁନନ୍ଦା ନିଜ ଆଡୁ ଦଳରେ ନିଜ ସ୍ଥିତିକୁ ସୁଦୃଢ କରିବା ପାଇଁ ରାସ୍ତା କରୁଥିବା ଦେଖିବାକୁ ମିଳୁଛି । ନିଜ ନିର୍ବାଚନ ମଣ୍ଡଳୀର ବିଜେପି ନେତାଙ୍କ ସହ ଯୋଗାଯୋଗ କରିବା ବଦଳରେ ସୁନନ୍ଦା ଏବେ ଦଳର ଶୀର୍ଷ ନେତୃତ୍ୱମାନଙ୍କୁ ଭେଟି ସେମାନଙ୍କ ସହ ନିଜର ସମ୍ପର୍କ ବଢାଇବାକୁ ଚେଷ୍ଟା ଚଳାଇଥିବା ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି । ଏପରିକି ପ୍ରତିଦିନ ଦଳର ନେତୃତ୍ୱମାନଙ୍କ ସହ ଦେଖା ସାକ୍ଷାତ କରୁଥିବା ନିଜେ ସୁନନ୍ଦା ନିଜ ସୋସିଆଲ ମିଡିଆ ପେଜରେ ସେୟାର କରୁଛନ୍ତି । ଆଉ ଏଥିରୁ ହଁ ସୁନନ୍ଦା ଦଳର କୁଜି ନେତାଙ୍କ ବଦଳରେ ଦଳର ଶୀର୍ଷ ନେତୃତ୍ୱଙ୍କୁ ନଜରରେ ରଖିଥିବା କୁହାଯାଉଛି । କିନ୍ତୁ ବିଜେପିରେ ଗୁରୁତ୍ୱପୂଣ୍ଣ ଦାୟିତ୍ୱ ଅକ୍ତିଆର କରିବା ପାଇଁ ପୂବରୁ ଅନେକ ନେତା ଲାଇନରେ ଅଛନ୍ତି । ଏପରିକି ଏହି ଲିଷ୍ଟରେ ବିଜେଡିରୁ ଆସିଥିବା ଅନେକ ନେତା ଦଳରେ ନିଜ ସ୍ଥାନ ବଜାୟ ରଖିବାକୁ ଚେଷ୍ଟା ଚଳାଇଛନ୍ତି । ଆଉ ଏସବୁ ଭିତରେ ସୁନନ୍ଦା କିପରି ଦଳରେ ନିଜର ଏକସ୍ୱତନ୍ତ୍ର ସ୍ଥାନ ଅକ୍ତିଆର କରୁଛନ୍ତି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *