ବିଜେପିରେ ବଡ ହଲଚଲ !

ବିଜେପିରେ ବଡ ହଲଚଲ !

ପୁଣି ବିବାଦ ଘେରରେ ଫସିଲେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର । ପୁଣି ପୋଲିସଙ୍କୁ ଦୁର୍ବ୍ୟବହାର କଲେ ବିଜେପି ବିଧାୟକ, ମୋହନଙ୍କୁ ପଡିଲାଣି ପ୍ରେସର । ହଁ ଆଜ୍ଞା, କେତେବେଳେ ମହିଳା ପୋଲିସ କର୍ମଚାରୀ ତ ଆଉ କେତେବେଳେ ଏସଆଇ । ସମସ୍ତଙ୍କୁ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଦୁର୍ବବ୍ୟହାର କରୁଥିବା ଅଭିଯୋଗ ଆସୁଛି । ଯାହାକୁ ନେଇ ବିରୋଧୀଙ୍କ ସହ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି । ଏବଂ ତୁରନ୍ତ ବିଧାୟକଙ୍କ ବିରୋଧରେ ଆକ୍ସନ ନିଆଯିବା ନେଇ ଦାବି ଉଠୁଛି ।

ତେବେ ଏକ ଭାଇରାଲ ଭିଡିଓକୁ ନେଇ ସମ୍ବଲପୁର ଟାଉନ ଥାନା ଅଧିକାରୀଙ୍କୁ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି । ଥାନା ପୋଡିଦେବା ସହ ସମସ୍ତଙ୍କୁ ମାରିଦେବାକୁ କଲ୍ ଯୋଗେ ଧମକ ଦେଇଥିଲେ ଜୟନାରାୟଣ ମିଶ୍ର । ଯାହାକୁ କେନ୍ଦ୍ର କରି ଟାଉନ ଥାନା ଆଇଆଇସି ସୁବ୍ରତ କୁମାର ମେହେର ପ୍ଲେନ୍ ପେପର୍ ଏଫ୍ଆଇଆର୍ ଦେଇଛନ୍ତି । ଏବଂ ଏହାକୁ କେନ୍ଦ୍ର କରି ବିରୋଧୀ ମୋହନଙ୍କ ଉପରେ ପ୍ରେସର ପକାଉଛନ୍ତି । ଏବଂ ବିଧାୟକଙ୍କ ଏପରି ଆଚରଣ ବିରୋଧରେ ଆକ୍ସନ ନିଆଯାଉ ବୋଲି କଂଗ୍ରେସ ନେତା ତାରା ବାହିନୀ ପତି ଦାବି କରିଛନ୍ତି ।

ତେବେ ସୂଚନା ଅନୁସାରେ, ହନୁମାନ ଜୟନ୍ତୀ ପୂର୍ବରୁ ବୁଧବାର ସନ୍ଧ୍ୟାରେ ବିନା ଅନୁମତିରେ ଗୋଲ ବଜାର ଛକରେ ଖଣ୍ଡା ଶୋଭାଯାତ୍ରାରେ କିଛି ଯୁବକ ଖଣ୍ଡା ପ୍ରଦର୍ଶନ କରିଥିଲେ । ଏହାର ଭିଡିଓ ରେକର୍ଡିଂ କରିବା ସହ ସ୍ଥାନୀୟ ଲୋକେ ଏନେଇ ପ୍ରଶ୍ନ ଉଠାଇଥିଲେ । ତେବେ ଘଟଣାର ଭିଡିଓ ଭାଇରାଲ ହେବା ପରେ ଭିଡିଓ ପ୍ରମାଣ ଆଧାରରେ ପୋଲିସ ଖଣ୍ଡା ଜବତ କରିବା ସହ ୮ଜଣଙ୍କ ନାଁରେ ମାମଲା ରୁଜୁ କରିଥିଲା । ଏହି ଘଟଣାକୁ ନେଇ ପୋଲିସକୁ ଜୟନାରାୟଣ ମିଶ୍ର ଧମକ ଦେଇଥିବା ଅଭିଯୋଗ ହୋଇଛି ।

ଅନ୍ୟପଟେ , ବିବାଦର କାଠଗଡାରେ ଛିଡା ହେବା ଜୟନାରାମିଶ୍ରଙ୍କ ପାଇଁ କୌଣସି ନୂଆ କଥା ନୁହେଁ । କେତେବେଳେ ରାଜ୍ୟସଙ୍ଗୀତକୁ ଅପମାନ ଦେଇ ତ ଆଉ କେତେବେଳେ ସାମ୍ବାଦିକ ସମ୍ମିଳନୀରେ ଅସଭ୍ୟ ଭାଷା ବ୍ୟବହାର କରି ତ ଆଉ କେତେବେଳେ ଓଡିଶାକୁ ଭାଗ ଭାଗ କରିବାକୁ ମନ୍ତବ୍ୟ ଦେଇ ସମାଲୋଚନାର ଶିକାର ହେଉଛନ୍ତି ଜୟନାରାୟଣ ମିଶ୍ର । କିନ୍ତୁ ସବୁଠୁ ବଡ କଥା ହେଉଛି. ନା ଜୟନାରାୟଣଙ୍କ ବିରୋଧରେ କୌଣସି କାଯ୍ୟାନୁଷ୍ଠାନ ନିଆଯାଉଛି ନା ତାଙ୍କୁ ଦଳର ଶୀର୍ଷ ନେତୃତ୍ୱ ତାଗିଦ କରୁଛନ୍ତି । ଯେଉଁ କାରଣରୁ ଜୟନାରାୟଣଙ୍କ ମନମାନୀ ବଢିଚାଲିଛି । କିନ୍ତୁ ମୋହନ ଏହାକୁ ଏଡାଇ ଦେଉଥିବା ବେଳେ ବିରୋଧୀ ଏହାକୁ ନେଇ ତାତିକି ରହିଥିବା ଦେଖିବାକୁ ମିଳୁଛି ।

author

Related Articles

Leave a Reply

Your email address will not be published. Required fields are marked *