ବିଜେପିରେ ମନ୍ତ୍ରୀ-ବିଧାୟକଙ୍କ ଯୁକ୍ତି ରାଗିଗଲେ ମୋହନ !

ବିଜେପିରେ ମନ୍ତ୍ରୀ-ବିଧାୟକଙ୍କ ଯୁକ୍ତି ରାଗିଗଲେ ମୋହନ !

ଗତ 26 ତାରିଖରୁ ଆରମ୍ଭ ହୋଇଯାଇଛି ବିଧାନସଭାର ଶୀତକାଳୀନ ଅଧିବେଶନ । ବିଧାନସଭା ଅଧିବେଶନ ପୂର୍ବରୁ ତିନି ଦଳର ଦଳୀୟ ନେତୃତ୍ୱ ଓ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିଥିଲା ସର୍ବଦଳୀୟ ବୈଠକ । ସର୍ବଦଳୀୟ ବୈଠକକୁ ବିରୋଧି ଦଳ ନେତା ନବୀନ ପଟ୍ଟନାୟକ ଆସିନଥିଲେ ଏବଂ ବିରୋଧି ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଏହି ବୈଠକରେ ଯୋଗଦେଇଥିଲେ ।

ଏହାପରେ ବିଧାନସଭାରେ ବସିଥିଲା ବିଜେପିର ବିଧାୟକ ଦଳ ବୈଠକ ଆଉ ଏହି ବୈଠକରେ ବିଧାୟକ ମାନଙ୍କ ହୋହଲ୍ଲା ଦେଖିବାକୁ ମିଳିଥିଲା କହିଲେ ପାଞ୍ଚମାସ ହେବ ସରକାର ହେଲା କିନ୍ତୁ କୌଣସି କାମ ହୋଇପାରୁନି । ଜଣେ ବିଧାୟକ ଏହି କଥା ଉଠାଇବେ ପରେ ସମସ୍ତ ବିଧାୟକ ଏହାକୁ ସମର୍ଥନ କରିଥିଲେ । ଖାଲି ସେତିକି ନୁହେଁ ବରଂ ମନ୍ତ୍ରୀମାନେ କୁଆଡେ ବିଧାୟକଙ୍କ କଥା ଶୁଣୁନଥିବା ମୁଖିଆଙ୍କ ଆଗରେ ଅଭିଯୋଗ କରିଥିଲେ ବିଜେପିର ବିଧାୟକ ଗଣ । ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିରକ୍ତି ପ୍ରକାଶ କରିଥିଲେ । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ରାଜ୍ୟ ସଭାପତି ମନମୋହନ ସାମଲ ଉପସ୍ଥିତ ରହିଥିଲେ ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବିଜେପି ବିଧାୟକ ମାନେ ଅଭିଯୋଗ କରିଥିଲେ ସରକାରରୁ ହଟିବା ପରେ ଏବେ ବି ପୁରୁଣା ସରକାରର ଦବଦବା ରହିଛି । ଏବେବି ବିଜେଡି ନେତମାନେ ମଇଦାନରେ ନିଜ କାମ କରୁଛନ୍ତି ।

କେବଳ ବିଜେପି ମନ୍ତ୍ରୀ ନୁହଁନ୍ତି ବରଂ ଅଫିସରମାନେ କୁଆଡେ ବିଧାୟକଙ୍କ କଥା ଶୁଣୁନଥିବା ଅଭିଯୋଗ ହୋଇଛି ଏବଂ ମନ୍ତ୍ରୀ ଯେଉଁ ଜିଲ୍ଲା ଗସ୍ତ କରୁଛନ୍ତି ସେଠାକାର ବିଧାୟକଙ୍କୁ କୌଣସି ଖବର ପହଞ୍ଚୁନାହିଁ । ତେବେ ବିଧାନସଭା ଅଧିବେଶନ ପୂର୍ବରୁ ଭାରତୀୟ ଜନତା ପାର୍ଟିରେ ଏପରି କିଛି ଝଡ ସୃଷ୍ଟି ହୋଇଥିଲା । ସମସ୍ୟା ନେଇ ମୁହଁ ଖୋଲିଥିଲେ ବିଧାୟକ ଯାହା ଶୁଣିବା ପରେ ରାଗିଯାଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ପାଞ୍ଚମାସର ସରକାରରେ ତାଳମେଳ ନଥିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା ବୈଠକରେ ବିଧାୟକଙ୍କ ଏପରି ଅଭିଯୋଗ ପରେ ଶାସକ ଦଳର ସବୁ ଗୁମର ପଦାରେ ପଡିଛି । ତେବେ ନିଜ ଦଳୀୟ ନେତୃତ୍ୱଙ୍କୁ ଏକାଠି କରିବାରେ କେତେ ସଫଳ ହେଉଛନ୍ତି ମୋହନ ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *