ଆସିଲା ସବୁଠୁ ବଡ଼ ଖବର ବିଜେଡ଼ି ଛାଡିପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ । ହଁ ଦର୍ଶକ ବନ୍ଧୁ କିଛିଦିନ ତଳେ ସେ ଚିଲିକା ଆସନରୁ ଲଢ଼ିବା ଚର୍ଚ୍ଚା ହେଉଥିଲେ ମଧ୍ୟ ଟିକେଟ ଘୋଷଣା ନ ହେବା ଏବଂ କୌଣସି ସ୍ପଷ୍ଟ ସିଗନାଲ ନ ମିଳିବାରୁ ପାଟ୍ଟଶାଣୀ ଦଳ ଛାଡ଼ିବେ ବୋଲି ଚର୍ଚ୍ଚା ହେଉଛି।ପାଟ୍ଟଶାଣୀ ଗୁରୁବାର ନବୀନ ନିବାସ ଯାଇଥିଲେ। ସେଠାରୁ ଫେରିବା ପରେ ସେ କିଛି ବଡ଼ ନିଷ୍ପତ୍ତି ନେଇ ପାରନ୍ତି ବୋଲି କୁହାଯାଉଛି। ଏପରିକି ଗୁରୁବାର ରାତିରେ ସେ ଦିଲ୍ଲୀ ଯିବା ନେଇ ଚର୍ଚ୍ଚା ହେଉଥିଲା । ତେଣୁ ଶୁକ୍ରବାର ପାଟ୍ଟଶାଣୀ କିଛି ବଡ଼ ଘୋଷଣା କରିପାରନ୍ତି। ଭୁବନେଶ୍ୱରରୁ ଲଗାତାର ୫ ଥର ଏମପି ହୋଇଥିବା ପାଟ୍ଟଶାଣୀଙ୍କୁ ୨୦୧୯ରେ ବିଜେଡି ଟିକଟ ମିଳି ନଥିଲା। ପରେ ସେ ରାଜ୍ୟସଭା ଯିବାକୁ ଆଶାୟୀ ଥିଲେ । ମାତ୍ର ତାଙ୍କ ଆଶା ପୂରଣ ହୋଇନଥିଲା । ଯାହାକୁ ନେଇ ଆଜି ଏକ ବଡ଼ ନିଷ୍ପତ୍ତି ନେଇପରନ୍ତି ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି।

You can share this post!
author