ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ଗଞ୍ଜୁ ଗ୍ରାମ ପଞ୍ଚାୟତରେ ଅପରେସନ ସିନ୍ଦୂରର ତ୍ରିରଙ୍ଗା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ତୁଳୁ ମଣ୍ଡଳ ସଭାପତି ଶ୍ରୀ ହୃଷୀକେଶ ବେହେରାଙ୍କ ତତ୍ତ୍ୱାବଧାନରେ ଏହି ତ୍ରିରଙ୍ଗା ଯାତ୍ରା ପଞ୍ଚାୟତ ପ୍ରମୁଖ ଶ୍ରୀ ଅରୁଣ କୁମାର ପାଢ଼ୀଙ୍କ ନିର୍ଦ୍ଦେଶକ୍ରମେ ପଞ୍ଚାୟତର ବହୁ ପୁରୁଷ ଓ ମହିଳା ସମେଶ୍ୱର ମନ୍ଦିରରେ ଏକତ୍ରିତ ହୋଇଥିଲେ । ଏହି ପଦ ଯାତ୍ରାର ମୂଖ୍ୟ ଅଥିତି ରୂପେ ୩ଜଣ ଏକ୍ସ ସେନା ଅଧିକାରୀଙ୍କୁ ସମ୍ମାନିତ କରାଯାଇଥିଲା । ସେନା ଅଧିକାରୀ ଦେଶ ଓ ରାଜ୍ୟ କୁ ବଙ୍ଗଳାଦେଶୀ ମାନେ ଆସି ପ୍ଲାଷ୍ଟିକ, ରସ ଇତ୍ୟାଦି ଜିନିଷ ବିକ୍ରି କରିବା ଆଳରେ ଆମ ଦେଶର ବା ରାଜ୍ୟର ଦୁର୍ବଳତା କୁ ନେଇ ଆତଙ୍କି ସୃଷ୍ଟି କରିବାରେ ସଫଳ କରିପାରୁଛନ୍ତି । ତେଣୁକରି ସେମାନଙ୍କ ଠାରୁ ଦୂରେଇ ରହିବା ପାଇଁ ଲୋକଙ୍କୁ ସଚେତନ ରହିବା ପଇଁ ଗଣମାଧ୍ୟମ ଦ୍ଵାରା ଅବଗତ କରାଇଥିଲେ । ଏହି କାର୍ୟ୍ୟକ୍ରମରେ ପଞ୍ଚାୟତର ଅନେକ ମାନ୍ୟଗଣ ବ୍ୟକ୍ତି ବିଶେଷ ସହଯୋଗ କରିଥିଲେ ।
ସେହିପରି ସେନା ବାହିନୀର ମନବଳ ବଢ଼ାଇବା ପାଇଁ କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀର ସ୍ୱାଧୀନ ବିଧାୟକ ସାରଦା ପ୍ରଧାନଙ୍କ ନେତୃତ୍ୱରେ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । କୁଳିଆ ବଜ଼ାରଠାରୁ ହଜାର ହାଜର କର୍ମୀ ମାନେ ଏକଜୁଟ ହୋଇ ଏହି ଯାତ୍ରାରେ ସାମିଲ ହୋଇଥିଲେ । ଏହି କାର୍ୟ୍ୟକ୍ରମରେ ଗ୍ରାମ୍ୟଉନ୍ନୟନ , ପଂଚାୟତରାଜ ଓ ପାନୀୟଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାୟକ,ଓ ବହୁ ମାନ୍ୟ ଗଣ୍ୟ ନେତା ଓ କର୍ମୀ, ମାନେ ଉପସ୍ଥିତ ଥିଲେ । ଏଥିସହିତ ରାସ୍ତା ନବୀକରଣ ପାଇଁ ୯୫ କୋଟି ଟଙ୍କାର ମୁଖ୍ୟମନ୍ତ୍ରୀ ସଡକ ଯୋଜନାର ଶିଳାନ୍ୟାସ କରିଥିଲେ।