ବିଜେପି ଓ କଂଗ୍ରେସ ଶିବିରରେ ଟିକେଟ୍ ପାଇଁ ଛକାପଞ୍ଝା ….

ବିଜେପି ଓ କଂଗ୍ରେସ ଶିବିରରେ ଟିକେଟ୍ ପାଇଁ ଛକାପଞ୍ଝା ….

ବିଜେପି ଗୋଟିଏ ପଟେ ସବୁ ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ଆହୁରି ୩୫ ବିଧାନସଭା ଆସନ ପାଇଁ ଟିକେଟ୍ ଘୋଷଣା କରିବା ବାକି ରହିଛି ।

ଦଳ ମାତ୍ର ୪୯ ବିଧାନସଭା ଏବଂ ୮ ଲୋକସଭା ଆସନ ପାଇଁ ପ୍ରାର୍ଥୀ କରିଛି । ତେବେ ଉଭୟ ଦଳ କାହିଁକି ଟିକେଟ୍ ଘୋଷଣାରେ ବିଳମ୍ବ କରୁଛନ୍ତି, ତାକୁ ନେଇ ଉଠୁଛି ପ୍ରଶ୍ନ । କୁହାଯାଉଛି, ବର୍ତମାନ ଦଳ ଡିଆଁ ପର୍ବ ଚାଲିଥିବାରୁ ଦୁଇ ଦଳ ପ୍ରାର୍ଥୀ ଦେବାରେ ବିଳମ୍ବ କରୁଛନ୍ତି । ଅନ୍ୟପଟେ ଉଭୟ ଦଳରେ ଏବେ ଅସନ୍ତୁଷ୍ଟ ନେତାଙ୍କ ସଂଖ୍ୟା ବଢ଼ିଚାଲିଛି । ପ୍ରତିଦିନ ବିଭିନ୍ନ ନିର୍ବାଚନମଣ୍ଡଳୀର କର୍ମକର୍ତା ଆସି ଦଳୀୟ କାର୍ଯ୍ୟାଳୟରେ ଟିକେଟ୍ ପାଇଁ ପ୍ରତିବାଦ କରୁଛନ୍ତି । ହୁଏତ ଏହି ପ୍ରତିବାଦ ପାଇଁ ଟିକେଟ୍ ଘୋଷଣାରେ ବିଳମ୍ବ ହେଉଥିବା କୁହାଯାଉଛି ।

author

Related Articles

Leave a Reply

Your email address will not be published. Required fields are marked *