ବିଜେପି ଓ ବିଜେଡିକୁ ଆପର କଡା ସମାଲୋଚନା

ବିଜେପି ଓ ବିଜେଡିକୁ ଆପର କଡା ସମାଲୋଚନା

ବିଜେପିକୁ କଡା ସମାଲୋଚନା କଲା ଆମ ଆଦମୀ ପାର୍ଟି । ନିର୍ବାଚନ ପରିପ୍ରେକ୍ଷୀରେ ଓଡିଶା ଗସ୍ତରେ ଆସି ଆପ ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ସନ୍ଦୀପ ପାଠକ ପ୍ରସମିଟ କରି ଉଭୟ ବିଜେଡି ଓ ବିଜେପି ଉପରେ ବର୍ଷିଛନ୍ତି । ସନ୍ଦୀପ ପାଠକ କହିଛନ୍ତି, ଇଡି ଓ ସିବିଆଇର ଭୟ ଦେଖାଇ ବିଜେଡିକୁ ମେଣ୍ଟ କରିବା ପାଇଁ ବାଧ୍ୟ କରୁଛି ବିଜେପି । ଓଡିଶାବାସୀ ନବୀନ ପଟ୍ଟନାୟକଙ୍କୁ ଲଗାତାର ଶାସନ କ୍ଷମତା ଦେଇଛନ୍ତି । ମାତ୍ର ବିଜେପି ଡରରେ ନବୀନ ବାବୁ ଓଡିଶାବାସୀଙ୍କୁ ଧୋକା ଦେବାକୁ ଯାଉଛନ୍ତି । ଭୋଟ କିପରି ଚୋରି କରିହୁଏ ତାହା ବିଜେପିକୁ ଭଲ ଭାବେ ଜଣା । ଏଭଳି ଅନେକ କଥା କହି ଉଭୟ ଦଳ ବିଜେଡି ଓ ବିଜେପିକୁ ଟାର୍ଗେଟ କରିଥିଲେ ସନ୍ଦୀପ ପାଠକ ।

author

Related Articles

Leave a Reply

Your email address will not be published. Required fields are marked *