ବିଜେପି କାର୍ଯ୍ୟାଳୟ ସାମ୍ନାରେ ହାଇଡ୍ରାମା

ବିଜେପି କାର୍ଯ୍ୟାଳୟ ସାମ୍ନାରେ ହାଇଡ୍ରାମା

ବିଜେପି କାର୍ଯ୍ୟାଳୟ ସାମ୍ନାରେ ହାଇଡ୍ରାମା . କର୍ମୀମାନଙ୍କ ମଧ୍ୟରେ ଚାଲିଛି ଟଣାଘୋସରା .ଯାହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି . ଯେଉଁଥିରେ କର୍ମୀ ଜଣକ ଚିଲେଇ ଚିଲେଇ ଇଏ ହେଉଛି ରାଜ୍ୟ ବିଜେପି କାର୍ଯ୍ୟାଳୟ ରାଜ୍ୟସଭାପତି ନିଜେ କର୍ମକର୍ତା ମାନଙ୍କୁ ଧକ୍କା ମରି ବିଦାକରୁଛନ୍ତି . ରାଜ୍ୟ ସଭାପତିଙ୍କ ଏପରି ଆଚରଣ ଆପଣ ମାନେ ବିଚାର କରନ୍ତୁ କହୁଥିବାର ଦେଖିବାକୁ ମିଳିଛି .

ତେବେ ଏଠାରେ ଏପରି ହାଇଡ୍ରାମା କାହିଁକି ଚାଲିଛି ତାହା ତ ଆମେ ଜାଣିନାହୁଁ .କିନ୍ତୁ ଏହି ଦୃଶ୍ୟ ଦେଖି ଯାହା ଲାଗୁଛି .କୌଣସି ଏକ କଥାକୁ ନେଇ ବିଜେପି ରାଜ୍ୟସଭାତି ମନମୋହନ ସାମଲ ଓ କର୍ମୀଙ୍କ ମଧ୍ୟରେ କଥା କଟା କଟି ହୋଇଛି . ପରେ ସେମାନଙ୍କ ମଧ୍ୟ ଯୁକ୍ତି ତର୍କ ହୋଇଛି . ଏହାପରେ କର୍ମୀଙ୍କୁ ରାଜ୍ୟସଭାପତି କାର୍ଯ୍ୟାଳୟରୁ ଧକ୍କା ଦେଇ ବାହାର କରିଦେଉଥିବା କଥା କହିଛନ୍ତି .
ତେବେ ଏହାକୁ ଦେଖିବା ପରେ ଲୋକେ କହୁଛନ୍ତି . ନିକଟରେ ଶଙ୍ଖ ଭବନରେ ଦୁଇ ବିଜେଡ଼ି ନେତ୍ରୀଙ୍କ ମଧ୍ୟରେ ପାଟି ଗୋଳ ହୋଇଥିଲା . ଯାହାକୁ ନେଇ ବିଜେଡ଼ିରେ କିଛି ଠିକ ନାହିଁ ବୋଲି ଶୁଣିବାକୁ ମିଳୁଥିଲା . ହେଲେ ଏବେ ବିଜେପି କାର୍ଯ୍ୟାଳୟରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି .

author

Related Articles

Leave a Reply

Your email address will not be published. Required fields are marked *