ବିଜେପି ଛାଡି ବିଜେଡିରେ ମିଶିଲେ ବିଜୟ କେତନ ସ୍ୱାଇଁ

ବିଜେପି ଛାଡି ବିଜେଡିରେ ମିଶିଲେ ବିଜୟ କେତନ ସ୍ୱାଇଁ

ପାଖେଇଲାଣି ନିର୍ବାଚନ ହେଲେ ସରୁନି ମିଶ୍ରଣ ପର୍ବ । ବିଜେପି ଛାଡି ବିଜେଡିରେ ମିଶୁଛନ୍ତି ଅନେକ ନେତା । ଏହାରି ଭିତରେ ବିଜେପି ଛାଡି ବିଜେଡିରେ ଯୋଗ ଦେଲେ ବରିଷ୍ଠ ନେତା ବିଜୟ କେତନ ସ୍ୱାଇଁ । ସେ ଦୀର୍ଘ ଦିନ ହେବ ବିଜେଡିରେ ରହିଥିଲେ । ଜନତା ଦଳର ପ୍ରଥମ ଜିଲ୍ଲା ସଭାପତି ଥିଲେ । ସେହିପରି ବିଜୁ ଜନତା ଦଳର ପ୍ରଥମ କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି ମଧ୍ୟ ଥିଲେ । ଏହାପରେ ବିଜେପିରେ ମିଶି ରାଜନଗର ଆସନରୁ ୨୦୦୯ରେ ବିଜେପିରୁ ଲଢ଼ିଥିଲେ । ଆଜି ପୁଣି ସେ ବିଜେଡିକୁ ଫେରିଛନ୍ତି । ରାଜନଗର ବିଧାୟକ ଧ୍ରୁବ ସାହୁ, କେନ୍ଦ୍ରାପଡ଼ା ପର୍ୟ୍ୟବେକ୍ଷକ ପ୍ରତାପ ଜେନା, ସାଂସଦ ସସ୍ମିତ ପାତ୍ରଙ୍କ ଉପସ୍ଥିତି ରେ ବିଜେଡ଼ି ରେ ଯୋଗଦେଲେ । ତେବେ ମିଶିବା ପରେ ତାଙ୍କୁ ନେଇ କଣ ହେବ ବିଜେଡିର ଆଗାମୀ ପଦକ୍ଷେପ ତାହା ଦେଖିବାକୁ ବାକି ରହିଲା ।

author

Related Articles

Leave a Reply

Your email address will not be published. Required fields are marked *