ବିଜେପି ନେତାଙ୍କୁ ମାଡ଼, ଘର ଆଗରେ ମୁହାଁମୁହିଁ !

ବିଜେପି ନେତାଙ୍କୁ ମାଡ଼, ଘର ଆଗରେ ମୁହାଁମୁହିଁ !

ଖଲ୍ଲିକୋଟରେ ବିଜେପି ନେତାଙ୍କୁ ଆକ୍ରମଣ ଘଟଣାରେ ନୂଆ ମୋଡ଼ ଦେଖିବାକୁ ମିଳିଛି । କୌଣସି ରାଜନୈତିକ ଶତ୍ରୁତା କାରଣରୁ ଏହି କାଣ୍ଡ ହୋଇ ନାହିଁ ବୋଲି କହିଲେ ଆକ୍ରମଣ ସମୟରେ ଉପସ୍ଥିତ ଥିବା ମହିଳା । ଖଲ୍ଲିକୋଟ ହରିଜନ ସାହିର ଜଣେ ୧୭ ବର୍ଷୀୟ ନାବାଳକକୁ ବିଜେପି ନେତା ଅନିଲ ପଣ୍ଡାଙ୍କ ପୁଅ ଡ଼ାକି ନେଇ ଘରେ ମାଡ଼ ମାରିବା ପରେ ହରିଜନ ସାହି ଲୋକ ବିଜେପି ନେତା ଅନିଲ ପଣ୍ଡାଙ୍କ ଘର ନିକଟକୁ ଯାଇଥିଲେ । ସେହି ସମୟରେ ଦୁଇ ଗୋଷ୍ଠୀ ମଧ୍ୟ ରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିବା ମହିଳା ମାନେ କହିଛନ୍ତି । ସେପଟେ ଏହି ଘଟଣା ମଣ୍ଡଳ ସଭାପତି ଚୟନକୁ ନେଇ ହୋଇଥିବା ଓ ବିଜେଡିରୁ ଆସି ବିଜେପିରେ ଯୋଗ ଦେଇଥିବା ଜଣେ ନେତାଙ୍କ ନିର୍ଦ୍ଧେଶ ରେ ହୋଇଥିବା ଘୁମୁସର ଜିଲ୍ଲା ସାଧାରଣ ସମ୍ପାଦକ ଅନିଲ ପଣ୍ଡା ଅଭିଯୋଗ କରିଛନ୍ତି ।ତେବେ ଏହି ଘଟଣା ରେ ବିଜେପି ନେତା ଅନିଲ ପଣ୍ଡା ଆହତ ହୋଇଥିବା ବେଳେ ଅନିଲ ପଣ୍ଡା ଙ୍କ ସମର୍ଥକ କାହ୍ନା ଦଳେଇ ଆହତ ହୋଇ ବ୍ରହ୍ମପୁର ମେଡିକାଲ ରେ ଚିକିତ୍ସାଧିନ ଅଛନ୍ତି । ତେବେ ଦୁଇ ପକ୍ଷ ରୁ ଥାନାରେ ଏତଲା ହୋଇଥିବା ବେଳେ ପୋଲିସ ୩ ଜଣକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।

author

Related Articles

Leave a Reply

Your email address will not be published. Required fields are marked *