ବିଜେପି ନେତାଙ୍କ ପାଇଁ ପୁଣି ଆସୁଛି ବଡ ଚ୍ୟାଲେଞ୍ଜ !

ବିଜେପି ନେତାଙ୍କ ପାଇଁ ପୁଣି ଆସୁଛି ବଡ ଚ୍ୟାଲେଞ୍ଜ !

ବିଜେପି ନେତାଙ୍କ ପାଇଁ ପୁଣି ଆସୁଛି ବଡ ଚ୍ୟାଲେଞ୍ଜ । ବାତ୍ୟା ପରେ ଏବେ ମହାମାରୀକୁ ସାମ୍ନା କରିବାକୁ ଯାଉଛି ବିଜେପି ସରକାର । କିନ୍ତୁ କିପରି ଏହାକୁ ବିଜେପି ସାମ୍ନା କରିବ ଏବଂ କଣ କଣ ପଦକ୍ଷେପ ନେବେ, ବିଜେଡି ସରକାର ଭଳି ବିଜେପି ବି ଏହାର ମୁକାବିଲା କରିପାରିବ ନା ନାହିଁ ସେନେଇ ନାନା ଚର୍ଚ୍ଚା ଆରମ୍ଭ ହୋଇଗଲାଣି । ତେବେ କିଛି ଦିନ ହେବ ଚୀନରେ HMPV ନାମକ ଏକ ଭାଇରାସ ବ୍ୟାପୁଥିବା ଖବର ସାମ୍ନାକୁ ଆସୁଛି । ଏପରିକି ଏହା ଧୀରେ ଧୀରେ ଅନ୍ୟ ଦେଶକୁ ବ୍ୟାପିବା ସହ ଭାରତରେ ମଧ୍ୟ ଏହି ଭାଇରସ ଚିହ୍ନଟ ହୋଇଛି । ଦେଶରେ ଗୋଟିଏ ଦିନରେ ତିନି ତିନିଟି ମାମଲା ଚିହ୍ନଟ ହୋଇଛି। ବେଙ୍ଗାଲୁରୁରେ ୨ ଶିଶୁ ଏବଂ ଅହମ୍ମଦାବାଦରେ ଜଣେ ୨ ମାସର ଶିଶୁ HMPVରେ ଆକ୍ରାନ୍ତ ହୋଇଛି। ବଡ଼ କଥା ହେଉଛି ଯେ, ସମସ୍ତ ଆକ୍ରାନ୍ତଙ୍କ କୌଣସି ଟ୍ରାଭେଲ ହିଷ୍ଟ୍ରି ନଥିଲା। ଏହି ଭୂତାଣୁରେ ଅଧିକ ଶିଶୁ ଆକ୍ରାନ୍ତ ହେଉଥିବାରୁ ବଢିଛି ଚିନ୍ତା। କର୍ଣ୍ଣାଟକ, ଗୁଜରାଟ, ତାମିଲନାଡୁ ପରେ ମହାରାଷ୍ଟ୍ରରେ HMPV ଭାଇରସ୍ ଚିହ୍ନଟ ହୋଇଛି। ନାଗପୁରରେ ୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ନାଗପୁରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଦୁଇ ଜଣଙ୍କ ଠାରେ HMPV ଭୂତାଣୁ ଥିବା ରିପୋର୍ଟରେ ଜଣାପଡିଛି ।ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୭ ବର୍ଷର ଓ ଆଉ ଜଣେ ୧୩ ବର୍ଷର ପିଲା ରହିଛନ୍ତି । ଉଭୟ ଜ୍ବର, କାଶରେ ପୀଡିତ ଅଛନ୍ତି । ଏହାପରେ ମହାରାଷ୍ଟ୍ର ସରକାର HMPV ଭୂତାଣୁକୁ ନେଇ ସତର୍କ ରହିବାକୁ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ଏପଟେ ଯେକୌଣସି ସ୍ୱାସ୍ଥ୍ୟ ବିପର‌୍ୟ୍ୟୟର ମୁକାବିଲା ପାଇଁ ଓଡ଼ିଶା ସରକାର ପ୍ରସ୍ତୁତ ଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ।

ତେବେ ବିଜେପି ରାଜ୍ୟରେ ସରକାର ଗଢବାର ୭ ମାସ ହୋଇଗଲାଣି । କିନ୍ତୁ ବିଜେପି କୌଣସି ପ୍ରସଙ୍ଗକୁ ଗୁରୁତର ସହ ନେଉଥିବା ଦେଖିବାକୁ ମିଳୁନି । ବାତ୍ୟା ସମୟରେ ମଧ୍ୟ କିଛି ନାହିଁ , ସମସ୍ତେ ସୁରକ୍ଷିତ ଥିବା ଏବଂ ସମସ୍ତଙ୍କୁ ସୁବିଧା ଯୋଗାଇ ଦିଆଯାଉଥିବା ବିଜେପି ନେତା ମାନେ କହୁଥିଲେ । କିନ୍ତୁ ବାତ୍ୟା ସମୟରେ ଅନେକ ଲୋକ ହଇରାଣ ହେଉଥିବା ଏବଂ ସେମାନେ ସରକାରୀ ସୁବିଧାରୁ ବଞ୍ଚିତ ହୋଇଥିବା ଅଭିଯୋଗ ଆସିଥିଲା । ଆଉ ଏବେ ଚାଷୀମାନେ ଅଦିନିଆ ବର୍ଷାରେ ଫସନ ନଷ୍ଟ ଦେଖି ଆତ୍ମହତ୍ୟା କରୁଥିବା ବେଳେ ମଧ୍ୟ ସବୁ କିଛି ଠିକ ଅଛି , ସରକାର ବିଚାର କରୁଛନ୍ତି କହି ଖାମ ଖିଆଲ ମନୋଭାବ ପ୍ରଦର୍ଶନ କରୁଛନ୍ତି । ଆଉ ଏଭଳି ସ୍ଥିତିରେ ମହାମାରୀକୁ ବିଜେପି କିପରି ସାମ୍ନା କରିବ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

author

Related Articles

Leave a Reply

Your email address will not be published. Required fields are marked *