ବିଜେପି ପ୍ରାର୍ଥୀ ତାଲିକାରେ ଅରିନ୍ଦମ, ପ୍ରଶାନ୍ତ

ବିଜେପି ପ୍ରାର୍ଥୀ ତାଲିକାରେ ଅରିନ୍ଦମ, ପ୍ରଶାନ୍ତ

ଘୋଷଣା ହେଲା ବିଜେପିର ବାକି ଥିବା ବିଧାନସଭା ପ୍ରାର୍ଥୀ ତାଲିକା । ଆଉ ୮ ଆସନରେ ପ୍ରାର୍ଥୀ ଦେଇଛି ବିଜେପି । ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦେବଙ୍କୁ ଟିକେଟ୍ ମିଳିଥିବା ବେଳେ ସାଲେପୁରରୁ ଅରିନ୍ଦମ ରାୟଙ୍କୁ ପ୍ରାର୍ଥୀ କରିଛି ଦଳ । ସେହିପରି ତେଲକୋଇରୁ ଫକୀର ମୋହନ ନାୟକ, ଚମ୍ପୁଆରୁ ମୁରଲୀ ଶର୍ମା, ବସ୍ତାରୁ ରବୀନ୍ଦ୍ର ଅଣ୍ଡିଆ, ବାସୁଦେବପୁରରୁ ବାଣୀକଲ୍ୟାଣ ମହାନ୍ତି, ହିନ୍ଦୋଳରୁ ସୀମାରାଣୀ ନାୟକ ଏବଂ କେନ୍ଦ୍ରାପଡାରୁ ଗୀତାଞ୍ଜଳୀ ସେଠୀଙ୍କୁ ପ୍ରାର୍ଥୀ କରିଛି ବିଜେପି । ତେବେ ଅନ୍ୟଦଳରୁ ଆସିଥିବା ଅନେକ ନେତା ଏହି ତାଲିକାରେ ସାମିଲ ଅଛନ୍ତି । ଅରିନ୍ଦମ ରାୟ , ପ୍ରଶାନ୍ତ ଜଗଦେବଙ୍କ ସହ କିଛି ଦିନ ପୂବରୁ ବିଜେଡି ଛାଡି ବିଜେପିକୁ ଆସିଥିଲେ ଗୀତାଞ୍ଜଳୀ ସେଠୀ । ଆଉ ଆଜି ଦଳ ତାଙ୍କୁ କେନ୍ଦ୍ରାପଡାରୁ ପ୍ରାର୍ଥୀ କରିଛି । ତେବେ ଆହୁରି କିଛିି ଆସନରେ ବିଜେପି ପ୍ରାର୍ଥୀ ଦେବା ବାକି ଥିବା ବେଳେ ସେ ସବୁ ଆସନରେ ଦଳ କେବେ ପ୍ରାର୍ଥୀ ଦେବ ତାକୁ ନେଇ ଆଲୋଚନା ଚାଲିଛି ।

author

Related Articles

Leave a Reply

Your email address will not be published. Required fields are marked *