ବିଜେଡି ସଭାପତି ନବୀନ ପଟ୍ଟନାୟକ ଏବେ ଇଣ୍ଡି ମେଣ୍ଟ ମୁହାଁ ହେଉଥିବା ଚର୍ଚ୍ଚା ଚାଲିଛି । ବିଜେପି ବିରୁଦ୍ଧରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ସାମିଲ ହେବା ନେଇ ନବୀନ ନିଷ୍ପତି ନେବା ପରେ ଏହି ଚର୍ଚ୍ଚା ବଢି ବଢି ଚାଲିଛି । ଏପରିକି ଏହାକୁ ନେଇ ରାଜନୈତିକ ବୟାନବାଜି ମଧ୍ୟ ଆରମ୍ଭ ହୋଇଯାଇଛି । ବିଜେଡିକୁ ବଞ୍ଚେଇବାକୁ କୁଆଡେ, ନବୀନ ଏବେ ଦିଲ୍ଲୀ ମୁହାଁ ହେଉଛନ୍ତି, ଆଉ ଇଣ୍ଡି ମେଣ୍ଟ ସାହାଯ୍ୟରେ ଅସ୍ଥିତ୍ୱ ବଞ୍ଚେଇବାକୁ ନବୀନ ଚେଷ୍ଟା କରୁଛନ୍ତି ବୋଲି କହିବା ସହିତ, ବଡ଼ ବୟାନ ରଖିଛନ୍ତି ବିଜେପି ବିଧାୟକ । ବିଧାନସଭାରେ ବିଜେପି ବିଧାୟକ ସରୋଜ ପାଢୀ ନବୀନଙ୍କୁ ନେଇ ଏପରି ବୟାନ ଦେଇଛନ୍ତି । ଷ୍ଟାଲିନଙ୍କ ମନ୍ତ୍ରୀଙ୍କ ସହ ମିଟିଂ ପରେ ଇଣ୍ଡି ମେଣ୍ଟ ମୁହାଁ ହେଉଥିବା ସଙ୍କେତ ଦେବା ସହ ମେଣ୍ଟ ନେଇ ଦିଲ୍ଲୀ ମୁହାଁ ହୋଇଥିବା ବୟାନ ଦେଇଛନ୍ତି । ଏହା ସହ ନବୀନ ଯାହାର ବି ସାହାର ନିଅନ୍ତି, ତାକୁ ଧ୍ୱଂସ କରିଦିଅନ୍ତି ବୋଲି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । ଯାହାକୁ ନେଇ ରାଜନୈତିକ ମାହୋଲର ଆହୁରି ସରଗରମ ଅଛି । ଏବଂ ନବୀନଙ୍କ ଏପରି ଦିଲ୍ଲୀ ଗସ୍ତ ପଛରେ କଣ ରହସ୍ୟ ରହିଛି ସେନେଇ ସସପନ୍ସେ ବଢିଛି ।
ଅନ୍ୟପଟେ, ବିଜେଡି ପୂର୍ବରୁ ବିଜେପି ସହ ମେଣ୍ଟରେ ରହିଥିଲା । ୨୦୦୯ ମସିହା ପର୍ୟ୍ୟନ୍ତ ଓଡିଶାରେ ମେଣ୍ଟ ରାଜନୀତି ଚାଲିିଥିଲା । କିନ୍ତୁ ଏହା ପରେ ମେଣ୍ଟ ଭାଙ୍ଗିଯାଇଥିଲା । କିନ୍ତୁ ତଥାପି ବିଜେଡି ବିଜେପିକୁ ପରୋକ୍ଷରେ ସପୋର୍ଟ କରିଆସିଛି । କିନ୍ତୁ ଗତ ନିର୍ବାଚନରେ ହାରିବା ପରେ ବିଜେପି ପ୍ରତି ବିଜେଡିର ଆଭିମୁଖ୍ୟ ବଦଳିବାରେ ଲାଗିଛି । ବିଧାନସଭା ସହ ରାଜ୍ୟସଭାରେ ବିଜେପିକୁ ତିବ୍ର ବିରୋଧ କରୁଛି ବିଜେଡି । ଆଉ ଏବେ ମୋଦିଙ୍କ ବିରୁଦ୍ଧରେ ୭ରୁ ୮ ରାଜ୍ୟ ମେଳି କରୁଥିବା ବେଳେ ଏଥିରେ ନବୀନ ସାମିଲ ହେବାକୁ ଯାଉଛନ୍ତି । ତେବେ ଦେଖାଯାଉ ନବୀନଙ୍କୁ ନେଇ ଯେଉଁ ଚର୍ଚ୍ଚା ହେଉଛି ତାହା କେତେ ସତ ହେଉଛି ଏବଂ ଇଣ୍ଡି ମେଣ୍ଟ ସହ ବିଜେଡି ହାତ ମିଳାଉଛି ନା ନାହିଁ ତାହା ଦେଖିବାକୁ ଅପେକ୍ଷା ।