ରାଗିଲେ ମୋଦି ବୈଠକରେ ଟ୍ୟୁସନ ହେଲେ ବିଜେପି ମୁଖ୍ୟମନ୍ତ୍ରୀ । ମୋଦିଙ୍କ ଉଗ୍ରରୂପ ଦେଖି ଛାନିଆ ବିଜେପି ନେତା । ଏନଡିଏ ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ବିଜେପି ମୁଖ୍ୟମନ୍ତ୍ରୀ ଓ ସମସ୍ତ ନେତାଙ୍କୁ ଦେଇଛନ୍ତି ବଡ ପରାମର୍ଶ । ସାରା ଦେଶ ଅପରେସନ ସିନ୍ଦୂରକୁ ନେଇ ମୋଦିଙ୍କୁ ବାଃ ବାଃ କରୁଥିବା ବେଳେ କିଛି ବିଜେପି ନେତାଙ୍କ ଆଚରଣ ଓ ବିବାଦୀୟ ବୟାନ ମୋଦିଙ୍କୁ ଅଡୁଆରେ ପକାଇଥିଲା । ଯାହାପରେ ଆକ୍ସନ ମୁଡରେ ପ୍ରଧାନମନ୍ତ୍ରୀ । ମଧ୍ୟପ୍ରଦେଶର ମନ୍ତ୍ରୀ ବିଜୟ ଶାହା ପ୍ରଥମେ କର୍ଣ୍ଣେଲ ସୋଫିଆ କ୍ୟୁରେସିଙ୍କୁ ଆତଙ୍କବାଦର ଭଉଣୀ କହିବା ବିଜେପିକୁ ମହଙ୍ଗା ପଡିଥିଲା । ଏନେଇ ସେ ଭୁଲ ମାଗିଥିଲେ ସୁଦ୍ଧା ବିଜେପି ନେତାଙ୍କ ଏପରି ଆଚରଣ ମୋଦିଙ୍କ ଉପରକୁ ଆଙ୍ଗୁଠି ଉଠାଇଥିଲା ।
ଆତଙ୍କବାଦ ବିରୋଧରେ ଅପରେସନ ସିନ୍ଦୂରର ସଫଳତା ପରେ ରାଜନୈତିକ ଶକ୍ତି ପ୍ରଦର୍ଶନ କରିଛି ଏନଡିଏ । ୨୦୨୪ରେ ଏନଡିଏ ସରକାର ତୃତୀୟଥର କ୍ଷମତାକୁ ଆସିବା ପରେ ଦିଲ୍ଲୀରେ ପ୍ରଥମ ବଡ଼ ବୈଠକ ହୋଇଛି । ଏଥିରେ ପାରିତ ହୋଇଛି ତିନିଟି ବଡ଼ ପ୍ରସ୍ତାବ । ‘ଅପରେସନ୍ ସିନ୍ଦୂର’ର ସଫଳତା ପାଇଁ ସେନା ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଶୁଭେଚ୍ଛା ଜଣାଇ ପ୍ରସ୍ତାବ ପାରିତ ହୋଇଛି । ୨୦୪୭ ସୁଦ୍ଧା ବିକଶିତ ଭାରତର ଲକ୍ଷ୍ୟ ନେଇ ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱ ଦେଇଛନ୍ତି ଏନଡିଏ ସହଯୋଗୀ । ଆଉ ଠିକ୍ ଏତିକି ବେଳେ ବିଜେପି ନେତାମାନଙ୍କ ଉପରେ ବର୍ଷିଥିଲେ ମୋଦି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କନକ୍ଲେଭରେ ସାମିଲ ହୋଇଥିଲେ ୨୦ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ୧୮ ଉପମୁଖ୍ୟମନ୍ତ୍ରୀ । ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ମଧ୍ୟ ସାମିଲ ହୋଇଛନ୍ତି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ଯୋଗ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ । ତେବେ ଏନଡିଏର ଏହି ବୈଠକରେ ବିଜେପି ନେତାମାନଙ୍କୁ ନିଜ ଭାଷାରେ ଶାଳିନତା ରକ୍ଷା କରିବା ପାଇଁ ମୋଦି ମନ୍ତ୍ର ଦେଇଛନ୍ତି ।
ବ୍ୟୁରୋ ରିପୋର୍ଟ ରିଓ ନିୟୁଜ