ବିଜେପି ଶିବିରରେ ବି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କ୍ରେଜ ରହିଛି । ନବୀନଙ୍କୁ ଦେଖିଲେ ଆଜି ବି ବିଜେପି ନେତାମାନେ ସିଟରୁ ଉଠି ଆସି ତାଙ୍କୁ ସମ୍ମାନ ଜଣାଉଛନ୍ତି । ଯାହାର ଆଉ ଏକ ଉଦାହରଣ ରାଜ୍ୟର ନୂଆ ରାଜ୍ୟପାଳ ହରିବାବୁ କମ୍ଭମପତିଙ୍କ ଶପଥ ଗ୍ରହଣ ଉତ୍ସବରୁ ସ୍ପଷ୍ଟ ହୋଇପଡିଛି । ତେବେ ଡିସେମ୍ବର ୩ ତାରିଖରେ ରାଜଭବନରେ ଓଡିଶାର ୨୭ତମ ରାଜ୍ୟପାଳ ଭାବେ ହରିବାବୁ କମ୍ଭମପତି ଶପଥ ନେଇଥିଲେ । ଏବଂ ଏହି ଶପଥ ଉତ୍ସବରେ ବିଜେପିର ନେତୃବୃନ୍ଦ ଉପସ୍ଥିତ ରହିବା ସହିତ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ସହ ନବୀନ ପଟ୍ଟନାୟକ ଉପସ୍ଥିତ ରହିଥିଲେ । ଏବଂ ତାଙ୍କୁ ଆଗ ଧାଡିରେ ବସାଇବା ସହିତ ତାଙ୍କୁ ଦେଖି ନେତାମାନେ ନମସ୍କାର କରିବାକୁ ଆସିଥିବା ଦେଖିବାକୁ ମିଳିଛି । ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ମଧ୍ୟ ନବୀନଙ୍କୁ ଦେଖି ତାଙ୍କୁ ନମସ୍କାର କରିବାକୁ ଆସିଥିବା ଦୃଶ୍ୟ ସାମ୍ନାକୁ ଆସିଛି । ଏବଂ ନବୀନ ପ୍ରତିବଦଳରେ ତାଙ୍କୁ ପ୍ରତିନମସ୍କାର କରିଛନ୍ତି । ଯାହାର ଫଟୋ ଭାଇରାଲ ହେବା ସହ ଏହାକୁ ନେଇ ନାନା ଚର୍ଚ୍ଚା ଆରମ୍ଭ ରହିଛି ।

You can share this post!
author